ଏକଜିଟ୍ ପୋଲ୍ ଆକଳନ: ଆସାମ ଓ ବଙ୍ଗରେ ବିଜେପି ଶକ୍ତିଶାଳୀ, ତାମିଲନାଡୁରେ ଡିଏମକେ ଓ କେରଳରେ ୟୁଡିଏଫ୍‌ ଆଗରେ

ନୂଆଦିଲ୍ଲୀ: କେରଳ, ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ମତଦାନ ପରେ ପ୍ରକାଶିତ ବିଭିନ୍ନ ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ଅନୁଯାୟୀ, ଆସାମରେ ବିଜେପି ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି ନିର୍ବାଚନୀ ପ୍ରକ୍ରିୟାରେ ଆଜି ଯବନିକା ପଡ଼ିଛି। ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ତରୁଣ ଗୋଗୋଇଙ୍କ ପୁତ୍ର ଗୌରବ ଗୋଗୋଇଙ୍କ ନେତୃତ୍ୱାଧୀନ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

Exit polls: BJP strong in Assam and Bengal