ଆଜି ଅସଲ ଛାଡଖାଇ : ଆମିଷ ବଜାରରେ ଲାଗିଲା ଭିଡ଼

କାର୍ତ୍ତିକ ମାସ ସରିଲେ ଛାଡଖାଇ କଥା ସମସ୍ତଙ୍କର ମନେ ପଡେ । ମାସ ତମାମ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି । ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ । ତେବେ ଚଳିତ ବର୍ଷ ଛାଡଖାଇ ଶନିବାରରେ ପଡିଥିବାରୁ ଗତ କାଲିର ଛାଡ଼ଖାଇ ମଜା କିଛି ନ ଥିଲା ,ତେବେ ଆଜି ରବିବାର ଆମିଷ ବାର ହୋଇଥିବାରୁ ସକାଳ ହେଉ ହେଉ ଆମିଷ ବଜାର ରେ ଲାଗିଗଲା ଖଚାଖଚ ଭିଡ଼ । ଏ ପରିକି ବିଭିନ୍ନ ହେଟୋଲ ରେଷ୍ଟୁରାଣ୍ଟରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା ୱିତେବେ ଶନିବାର ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବ୍ୟବସାୟୀମାନେ ଯେଉଁ ମନ ଉଣା କରିଥିଲେ ତାହା ଆଜି ଅସୁଲ କରି ନେଇଛନ୍ତି I ଶନିବାର ବଜାରରେ ମଟନ୍‌ କିଲୋ ୭୫୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ମାଛ କିଲୋ ପ୍ରତି ୨୦୦ ଟଙ୍କା, କଙ୍କଡା କିଲୋ ପ୍ରତି ୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ସେହିପରି ଇଲିସ୍‌ କିଲୋପ୍ରତି ୭୦୦ ରୁ ୨୦୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପାପଲେଟ୍‌ ୩୫୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଆଜି ଛାଡ଼ଖାଇ ପାଳିବା ପାଇଁ ଗରାଖ ଙ୍କର ଦର ପ୍ରତି ଧ୍ୟାନ ନ ଥିଲା ଇ ଯିଏ ଯାହା ପାରିଲା ମନ ଖୁସିରେ କିଣି ନେଇ ଗଲେ ତଥାପି ମୋଟନ ଉପରେ ଅଧିକ ମାଡ଼ ହେଉଥିବାର ଦେଖିବାକୁ ମିଳିଥିଲା I

Comments (0)
Add Comment