ଗ୍ୟାଜେଟ୍‌ର ଅତ୍ୟଧିକ ବ୍ୟବହାର ମସ୍ତିଷ୍କ ପାଇଁ ହାନିକାରକ

ସାଧାରଣତଃ ପିଲାଙ୍କୁ ମୋବାଇଲ, ଲାପଟପ୍ ତଥା ଅନଲାଇନ୍ ଗେମ୍‌ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । ତେବେ ଏସବୁ ଗ୍ୟାଜେଟ୍‌ର ବ୍ୟବହାର କେବଳ ପିଲାଙ୍କ ଉପରେ ନୁହେଁ, ଏହାର ଅନୁରୂପ ପ୍ରଭାବ ବଡ଼ମାନଙ୍କ ଉପରେ ବି ପଡ଼ିଥାଏ । ଯଦିଓ ଏସବୁ ଜିନିଷ ମଣିଷର ଜୀବନକୁ ସହଜ କରିଛି, ତଥାପି ଏହାର ବ୍ୟବହାର ଶରୀର ପାଇଁ ହାନିକାରକ । ଏସବୁ ବ୍ୟବହାର ଦ୍ୱାରା ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତାହାକୁ ବିଶେଷଜ୍ଞ ମାନେ ‘ଇଲେକଟ୍ରୋନିକ୍ ସ୍କ୍ରିନ୍ ସିଣ୍ଡ୍ରୋମ୍‌’ ବୋଲି କହିଥାନ୍ତି । ମୋବାଇଲ, ଲାପଟପ୍‌, ଗେମ୍ ଆଦିକୁ ଆବଶ୍ୟକତାଠୁ ଅଧିକ ବ୍ୟବହାର କରିବା ଦ୍ୱାରା ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ । ମୁଣ୍ଡବିନ୍ଧା ଲାଗି ରହେ । ଫଳରେ ମାଇଗ୍ରେନ୍ ସମସ୍ୟା ସୃଷ୍ଟି ହୁଏ । ଏହା ସହ ଚକ୍ଷୁ ସମସ୍ୟା, ଅଣ୍ଟା ଯନ୍ତ୍ରଣା, ବେକ ଯନ୍ତ୍ରଣା ଆଦି ସମସ୍ୟା ମଧ୍ୟ ଦେଖାଦିଏ ।
କ’ଣ କରିବେ

  • ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । କ୍ୟାଲସିୟମ ଓ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଡାଏଟ୍‌ରେ ସାମିଲ କରନ୍ତୁ ।
  • ଠିକ୍ ଭଙ୍ଗୀରେ ବସି କମ୍ପ୍ୟୁଟର ସାମ୍ନାରେ କାମ କରନ୍ତୁ ।
  • ଶାରୀରିକ ଭାବେ ସକ୍ରିୟ ରୁହନ୍ତୁ । ନିୟମିତ ଯୋଗ ଓ ଏକ୍ସରସାଇଜ୍ କରନ୍ତୁ ।
  • କାନ ଓ ବେକ ମଝିରେ ମୋବାଇଲ ରଖି କଥା ହେବାରୁ ଦୂରେଇ ରୁହନ୍ତୁ ।
  • ଗ୍ୟାଜେଟ୍‌ର ଅତ୍ୟଧିକ ବ୍ୟବହାରରୁ ନିବୃତ୍ତ ରୁହନ୍ତୁ ।
  • ଚା’ ଓ କଫି ପିଇବା ଅଭ୍ୟାସ କମ୍ କରନ୍ତୁ ।
  • ନିୟମିତ ଖାଲିପାଦରେ କିଛି ସମୟ ଚାଲନ୍ତୁ ଏବଂ ପ୍ରକୃତ ସ୍ୱଳ୍ପ ସମୟ ଅତିବାହିତ କରନ୍ତୁ ।