ରେକର୍ଡ ପରେ ବି ତୃତୀୟ ସ୍ଥାନରେ ରହିଗଲେ କୋହଲି

ମୁମ୍ବାଇ: ଭାରତର ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ ଅବସରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲି ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚରେ ବିଜୟ ହାସଲ କରିଥିବା ଖେଳାଳି ହୋଇଛନ୍ତି । ଟେଷ୍ଟ, ଦିନିକିଆ ଓ ଟି୨୦ରେ ସେ ୫୧୪ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୦୮ ମ୍ୟାଚରେ ବିଜୟୀ ହୋଇଥିବା ଦଳର ସଦସ୍ୟ ରହିଛନ୍ତି ।

ଏହା ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା । ସେ ଭାରତ ପକ୍ଷରୁ ୬୬୪ ମ୍ୟାଚ ଖେଳି ୩୦୭ରେ ବିଜୟୀ ହୋଇଛନ୍ତି । ଏହି ତାଲିକାରେ ମହେନ୍ଦ୍ର ସିଂ ଧୋନୀ ୨୯୮ ମ୍ୟାଚ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଓଭରାଲ ବିଶ୍ୱ କ୍ରିକେଟରେ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ରିକି ପଂଟି ୫୬୦ ମ୍ୟାଚ ଖେଳି ୩୭୭ ବିଜୟ ସହ ପ୍ରଥମ ଏବଂ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୬୫୨ ମ୍ୟାଚରେ ୩୩୬ ମ୍ୟାଚ ବିଜେତା ଦଳର ସଦସ୍ୟ ରହିଛନ୍ତି । କୋହଲି ଏବଂ ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଉ ୨ଟି ଶତକ ଆବଶ୍ୟକ କରୁଛନ୍ତି । ସଚିନ ୪୯ ଶତକ ମାରିଥିବା କୋହଲି ୪୮ ସେଂଚୁରୀ ସହ ତାଙ୍କ ପଛକୁ ରହିଛନ୍ତି ।