ଯୁଦ୍ଧ ମଧ୍ୟରେ ୟୁକ୍ରେନ ର ଦେଶବାସୀଙ୍କୁ ଉତ୍ସାହଜନକ ଆବେଦନ – ‘ୟୁକ୍ରେନ ଯୁଦ୍ଧ କରୁଛି, ଆମେ ଜିତିବୁ’

ରୁଷିଆ – ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଘନେଇଛି I ଏହି ସମୟରେ ୟୁକ୍ରେନ ଦେଶବାସୀଙ୍କ ସମ୍ବୋଧନ କରି ଉତ୍ସାହଜନକ ଆବେଦନ କରି କହିଛି ଋଷ ୟୁକ୍ରେନ୍ ଉପରେ ସମ୍ପୁର୍ଣ୍ଣ ଆକ୍ରମଣ ଆରମ୍ଭ କରିସାରିଛି । ୧୩ଟି ସ୍ଥାନ ଉପରେ ମିଜାଇଲ୍ ମାଡ ସହ ମାନବ ବିହିନ ଡ୍ରୋନ୍ ଦ୍ୱାରା ଆକ୍ରମଣ ଆରମ୍ଭ କରିସାରିଛି । କିନ୍ତୁ ହାର ମାନିବନି ୟୁକ୍ରେନ୍, ଋଷକୁ କଡା ଜବାବ ଦେବା ସହିତ ଯୁଦ୍ଧରେ ଜିତିବ ବୋଲି କହିଛି ୟୁକ୍ରେନ୍ । ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ଏହାସହିତ ୟୁକ୍ରେନ ବିରୋଧରେ ରୁଷ ଅପରେସନରେ ହସ୍ତକ୍ଷେପ କରୁଥିବା ଦେଶଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି।