ନୂଆଦିଲ୍ଲୀ : ଭାରତ ବିରୋଧରେ ବିଛାଉଛି ଜାଲ । ତଥ୍ୟ ନେବାକୁ ହେଉଛି ଆଗଭର। ଏ ସବୁ ଷଡ଼ଯନ୍ତ୍ର କରୁଛି ବଦମାସ ଚୀନ। ଜ୍ୟୋତି ମଲହୋତ୍ରାର କଥା ମନରୁ ଲିଭି ନଥିବାବେଳେ ଏବେ ଚୀନର ଅସଲ ରୂପ ସାମ୍ନାକୁ ଆସିଛି । ଚୀନ ନିର୍ମିତ ସିସିଟିଭି କରୁଛି ଭାରତର ଗୁପ୍ତତଥ୍ୟ ଚୋରୀ । ଯେଉଁ କାରଣ ପାଇଁ ଭାରତ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଛି । ବିନା ଯାଞ୍ଚରେ ଆଉ ବିକ୍ରି ହୋଇପାରିବନି ବିଦେଶୀ ନିର୍ମିତ ସିସିଟିଭି ଓ କ୍ୟାମେରା । ଏନେଇ ଭାରତ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଭାରତୀୟ ଲ୍ୟାବରେ ବିଦେଶୀ ନିର୍ମିତ ସିସିଟିଭି ଏବଂ ଅନ୍ୟାନ୍ୟ ଉପକରଣକୁ ପରୀକ୍ଷା କରାଯିବ । ଏବେ ସିସିଟିଭି ନିର୍ମାଣକାରୀ କମ୍ପାନୀ ଗୁଡିକୁ ଭାରତୀୟ ଲ୍ୟାବ ହାର୍ଡୱେୟାର, ସଫ୍ଟୱେୟାର ଭଳି ଇଲେକଟ୍ରିକ ସାମଗ୍ରୀ ଉପରେ ଯାଂଚ କରାଯିବ । ଚୀନର ସାଓମି, ଦାହୁଆ ଓ ଆମେରିକାର ମଟ୍ରୋଲା ଭଳି ଅନେକ ଜଣାଶୁଣା କମ୍ପାନୀକୁ ମଧ୍ୟ ଏବେ ଭାରତୀୟ ଲ୍ୟାବରେ ପରୀକ୍ଷା କରାଯିବ। ବେଇମାନ ଚୀନକୁ ଶକ୍ତ ଚାପୁଡା ମାରିଛି ଭାରତ ।