ନିଜ ମୃତ୍ୟୁକୁ ନେଇ ଏମିତି ଟ୍ୱିଟ କଲେ ଏଲନ୍ ମସ୍କ

ଟ୍ୱିଟର ର ମାଲିକ ହେବା ପଟେ ‘ଟେସଲା’ ସିଇଓ ଏଲନ୍ ମସ୍କ ପ୍ରତିଦିନ କିଛି କିଛି ଟ୍ୱିଟର ରେ ପୋଷ୍ଟ କରି ଚର୍ଚ୍ଚାରେ ରହୁଛନ୍ତି ସେହିଭଳି ସେ କରିଥିବା ଆଉ ଏକ ଟ୍ୱିଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଲନ୍ ନିଜର ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ୱିଟ କରିବା ପରେ ୟୁଜର୍ସଙ୍କ ମଧ୍ୟରେ ଭିନ୍ନ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌ ଉପରେ ଫୋଲୋର୍ସ ମାନେ ଲଗାତାର ପ୍ରତିକ୍ରିୟା ଦେଉ ଥିବାର ଦେଖା ଯାଉଛି I

ଏଲନ୍‌ ମସ୍କ ଟ୍ଵିଟ୍‌ କରି ଲେଖିଛନ୍ତି- ଯଦି କେବେ ସନ୍ଦେହ ଜନକ ଭାବେ ମୋ ମୃତ୍ୟୁ ହୋଇଯାଏ, ତେବେ ଏହା nice knowin ya ହେବ। ଏଲନ୍‌ଙ୍କର ଏହି ଟ୍ଵିଟ୍‌ର ଅର୍ଥ ସିଧାସଳଖ ବୁଝାପଡ଼ୁ ନାହିଁ। କିନ୍ତୁ କୁହାଯାଉଛି ଯେ ଏଠାରେ ମସ୍କ nice knowin ya ଗୀତ ବିଷୟରେ କହୁଛନ୍ତି। ଏଲନ୍‌ ମସ୍କ ଯେଉଁ ଗୀତ ବିଷୟରେ କହୁଛନ୍ତି ତାହା TWENTY2 ନାମକ ବ୍ରାଣ୍ଡ୍‌ର। ୨୦୧୮ ମସିହାରେ ଏହି ଗୀତ ରିଲିଜ୍‌ ହୋଇଥିଲା। ମସ୍କଙ୍କର ଏହି ଟ୍ଵିଟ୍‌ ସର୍ବସମ୍ମୁଖକୁ ଆସିବା ପରେ ଖୁବ୍‌ ଭାଇରାଲ ହୋଇଛି। ମାତ୍ର କେଇ ଘଣ୍ଟା ଭିତରେ ଏହି ଟ୍ଵିଟ୍‌କୁ ୪୦ ହଜାରରୁ ଅଧିକ ଥର ଲୋକମାନେ ରିଟ୍ଵିଟ୍‌ କରି ସାରିଲେଣି।

ଏଲନ୍‌ ମସ୍କଙ୍କ ଟ୍ଵିଟ୍‌ରେ ଆସୁଛି ମଜାଦାର ରିଆକ୍ସନ୍‌:

ଏଲନ୍‌ଙ୍କର ଏହି ଟ୍ଵିଟ୍‌କୁ ଲୋକମାନେ ମଜାଳିଆ ଅନ୍ଦାଜରେ ନେଇଛନ୍ତି। ଏହାର ଜବାବରେ ଲୋକମାନେ କହିଛନ୍ତି- ଦୁନିଆକୁ ଆପଣଙ୍କ ଆବଶ୍ୟକତା ଅଛି ମସ୍କ। ଏଣୁ ଆପଣ ଏତେ ଶୀଘ୍ର ଯାଇପାରିବେ ନାହିଁ। ଏଲନ ଙ୍କୁ ଯେକୌଣସି ମତେ ବଞ୍ଚାଇବୁ ବୋଲି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି । ଏହାବ୍ୟତୀତ ଅନେକ ୟୁଜର୍ସ ଏଲନଙ୍କ ,ପରି ଟ୍ୱିଟକୁ ଗମ୍ଭୀରତାର ସହ ନେଇଛନ୍ତି ।

କିଛି ଭୁଲ ପଦକ୍ଷେପ ନେବାକୁ ଏଲନ୍ ମସ୍କ ଚିନ୍ତା ମଧ୍ୟ ନକରିବାକୁ ଜଣେ ୟୁଜର୍ସ ଅନୁରୋଧ କରିଥିବାବେଳେ ତାଙ୍କୁ ଏବେ ବିଶ୍ୱର ଅନେକ ସମସ୍ୟା ସମାଧାନ କରିବାର ଅଛି ବୋଲି ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି ।

କହିରଖୁଁ , ସ୍ପେସ୍ –ଏକ୍ସ ଟେସଲାର ସିଇଓ ଏଲନ୍ ମସ୍କ ଗତ ମାସରେ ୪୪ ଅରବ ଡଲାରରେ ଟ୍ୱିଟରକୁ କିଣିବାକୁ ଡିଲ୍ କରିଥିଲେ । ଏହାପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ଆସିଥିଲା । ଆଗକୁ ଫ୍ରିରେ ଟ୍ୱିଟରକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଏଲନ୍ ଘୋଷଣା କରିଥିଲେ । କିନ୍ତୁ କାଜୁଆଲ ୟୁଜର୍ସଙ୍କ ପାଇଁ ଏହା ଫ୍ରି ସେବା ଦେବ ବୋଲି କହିଥିଲେ ।