ସିନ୍ଦୁର ରେ ଦୂର କରନ୍ତୁ ବାସ୍ତୁ ଦୋଷ

ହିନ୍ଦୁ ଧର୍ମରେ ସିନ୍ଦୂରର ଏକ ବିଶେଷ ସ୍ଥାନ ରହିଛି । ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ।

ଘରୋଇ ସମସ୍ୟାରୁ ମୁକ୍ତି ପାଇଁ
ଯଦି ଘରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହୁଛି ତେବେ ୫ ଟି ମଙ୍ଗଳ ବାରରେ ସିନ୍ଦୁର ସହିତ ଚମେଲୀ ତେଲ ମିଶାଇ ହନୁମାନ ଜି ଙ୍କୁ ଅର୍ପଣ କରନ୍ତୁ I ଖୁବ ଶୀଘ୍ର ସମସ୍ୟାରୁ ମୁକ୍ତି ମିଳିବ I

ସମ୍ମାନ ପାଇବା ପାଇଁ
ଯଦି କେହି ଆପଣଙ୍କୁ ସମ୍ମାନ ଦେଉ ନାହାଁନ୍ତି ଏବଂ ଆପଣ ଘରେ କିମ୍ବା ଅଫିସରେ ସବୁଆଡେ ଅବହେଳିତ ହେଉଛନ୍ତି, ତେବେ ଆପଣ ସିନ୍ଦୁର ରେ ଏହି ପ୍ରତିକାର କରିପାରିବେ I ଏକ ପାନ ପତ୍ରରେ ଫିଟିକିରି ଏବଂ ସିନ୍ଦୁର ର ଏକ ପୁଟୁଳା କରି ବାନ୍ଧି ଦିଅନ୍ତୁ I ତାକୁ କୌଣସି ବୁଧବାର ସକାଳେ କିମ୍ବା ସନ୍ଧ୍ୟାରେ ଏକ ଅଶ୍ୱସ୍ଥ ଗଛ ମୂଳରେ ପୋତିଦେଇ ଆସନ୍ତୁ I ଆସିବା ବେଳେ ପଛକୁ ଚାହିଁବେ ନାହିଁ Iଏହି ଭଳି ଲଗାତାର ତିନି ବୁଧବାର କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ I

ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର ଲଗାଇ, ତାହାକୁ ଲାଲ୍‌ କପଡ଼ାରେ ବାନ୍ଧି ପୂଜା କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାହାକୁ ନେଇ ନିଜର ବ୍ୟବସାୟ ସ୍ଥଳରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହାଦ୍ବାର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଶୁକ୍ଳ ପକ୍ଷ ପୁଷ୍ୟ ଯୋଗରେ ବା ଗୁରୁ ପୁଷ୍ୟ ଯୋଗରେ ଗଣେଶଙ୍କୁ ସିନ୍ଦୂର ଦାନ କରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ। ଏଭଳି କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳେ। ଭଲ ଚାକିରି ପାଇବା ପାଇଁ ଶୁକ୍ଳ ପକ୍ଷ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ସିନ୍ଦୂରରେ ୬୩ ନମ୍ବର ଲେଖି ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ୩ଟି ଗୁରୁବାର ଏହି ଉପାୟ କରନ୍ତୁ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରୁ ନକାରାତ୍ମକ ଶକ୍ତି ବାହାର କରିବା ପାଇଁ ସିନ୍ଦୁର ବ୍ୟବହାର କରାଯାଇପାରେ i ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ସହିତ ତେଲ ମିଶାଇ ଲଗାଇଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ I ୪୦ ଦିନ ପାଇଁ କ୍ରମାଗତ ଭାବରେ ଏହା କଲେ ଘରୁ ବାସ୍ତୁ ଜନିତ ସମସ୍ତ ତ୍ରୁଟି ଦୂର ହୁଏ I ସିନ୍ଦୂରରେ ତେଲ ମିଶାଇ କବାଟରେ ଲଗାଇବା ଦ୍ବାରା ଶନିଦେବଙ୍କ ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।