କୋଇଲା ଅଭାବ ଜନିତ ବିଜୁଳି ସଙ୍କଟ: ରାଜ୍ୟଗୁଡ଼ିକ ଉପରେ କୋଲ ଇଣ୍ଡିଆର ୨୦ ହଜାର କୋଟି ବାକି

କୋଇଲା ଅଭାବ ଥିବାରୁ ଦେଶରେ ଆଗକୁ ବିଜୁଳି ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି। ଏକାଧିକ ରାଜ୍ୟ କୋଇଲା ଅଭାବ କଥା କହିବାରୁ ସମମ୍ତଙ୍କ ଚିନ୍ତା ବଢ଼ିଛି। କୋଇଲା ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପରେ ପିଏମଓ ପକ୍ଷରୁ ମଧ୍ୟ ସ୍ଥିତିର ଯାଞ୍ଚ କରାଯାଇଛି I
ସେପଟେ କୋଲ ଇଣ୍ଡିଆ ର ତଥ୍ୟ ଅନୁସାରେ ରାଜ୍ୟ ଗୁଡିକ କୋଲ ଇଣ୍ଡିଆର ପ୍ରାୟ ୨୦ ହଜାର କୋଟି ଟଙ୍କାର ବାକି ରଖିଥିବା ର ଜଣାପଡିଛି I କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଇଲା ମନ୍ତ୍ରଣାଳୟ ଜାନୁଆରୀ ମାସ ଠାରୁ ହିଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି କୋଲ ଇଣ୍ଡିଆ ପାଖରେ ଥିବା ଷ୍ଟକ ନେଇ ଯିବାକୁ ପରାମର୍ଶ ଦେଇଥିଲା। ହେଲେ ଏହାର ଜବାବ ରାଜ୍ୟମାନେ ଦେଇ ନଥିଲେ କିମ୍ବା ରାଜ୍ୟଗୁଡ଼ିକ ଆବଶ୍ୟକତା ଅନୁଯାୟୀ କୋଇଲା ଖନନ କରି ନଥିଲେ, ଫଳରେ ଆଜି ଏପରି ସ୍ଥିତି ସୃଷ୍ଟି ହୋଇଛି।
ନିୟମ ଅନୁସାରେ କୋଲ ଇଣ୍ଡିଆ ତାର କେବଳ ନିର୍ଦ୍ଦିଷ୍ଟ ହିସାବ ଯାଏ କୋଇଲା ଷ୍ଟକ ରଖିପାରିବ। କାରଣ ଅଧିକ ଷ୍ଟକ ରହିଲେ ଅଗ୍ନିକାଣ୍ଡର ଆଶଙ୍କା ରହିଛି। ଏହାବାଦ ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟଗୁଡ଼ିକ ମୁଖ୍ୟ କୋଇଲା ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରିଦେଇଥିଲେ। ସେହିପରି ଝାରଖଣ୍ଡ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଖରେ ନିଜସ୍ୱ କୋଇଲା ଖଣି ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଉତ୍ପାଦନ ହେଇନାହିଁ କିମ୍ବା ଆଦୌ କୋଇଲା ଉତ୍ପାଦନ କରାଯାଉନି I ତେଣୁ ଅଭାବ ସମସ୍ୟା ସୃଷ୍ଟି ହୋଇଛି।
ତେବେ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲାର ଅଭାବ କୁ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ସ୍ୱୀକାର କରିବା ସହ କହିଛନ୍ତି କି ମୌସୁମୀ ସମୟରେ ସାମୟିକ ଭାବରେ ଏହି ଅଭାବ ଦେଖାଦେଇଥିଲା ଏବେ ଏହି ଅଭାବ ଦୂର ହୋଇଛି I ତଥ୍ୟ ଅନୁସାରେ ଜଣାଯାଇଛି କି କୋଇଲା ସଙ୍କଟ ଦୂର କରିବା ପାଇଁ ଦୈନିକ ଉତ୍ପାଦନର ପରିମାଣର ୧.୯୪ ମିଲିୟନ ଟନରୁ ୨ ମିଲିୟନ ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀ ସମେତ ତାମିଲ ନାଡୁ ,କର୍ଣ୍ଣାଟକ ଭଳି କେତେକ ରାଜ୍ୟ କୋଇଲା ଅଭାବ କୁ ନେଇ (ବ୍ଲାକ ଆଉଟ) ସମ୍ପୂର୍ଣ୍ଣ ବିଜୁଳି କାଟ ଆଶଙ୍କା ବ୍ୟକ୍ତ କରିଥିଲେ I ଏହି ଆଶଙ୍କାକୁ ନେଇ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଙ୍କ ନେତୃତ୍ୱ ରେ ଏକ ବୈଠକ ହୋଇଥିଲା I ବୈଠକ ରେ ନିଷ୍ପତି ନିଆଯାଇଥିଲା କି ୫ ଦିନ ମଧ୍ୟରେ ଏହାର ବ୍ୟବସ୍ଥା କରାଯିବ। ରାଜ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଅର୍ଥ ବାକି ଥିଲେ ମଧ୍ୟ ବ୍ଲାକ ଆଉଟ ଆଶଙ୍କା କୁ ଦୂର କରିବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ I ଏହା ସହିତ ରାଜ୍ୟ ଗୁଡିକର ଚାହିଦା ପୁରାଣ ହେବା ସଂଗେ ଏକ ମାସ ମଧ୍ୟରେ କୋଇଲା ର ସ୍ଥିତି ସ୍ୱାଭାବିକ ହୋଇଯିବ I

Comments (0)
Add Comment