ବିଦ୍ୟୁତ୍ ଚାଳିତ ବସ୍‌ ମାଡିଯାଇ : ୬ ମୃତ, ୯ ଆହତ

ଉତ୍ତରପ୍ରଦେଶର କାନପୁରରେ ଏକ ବିଦ୍ୟୁତ ଚଳିତ ବସ୍ ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଯାତ୍ରୀମାନଙ୍କ ଉପରକୁ ମାଡି ଯାଇଛି । ପ୍ରଥମେ ବସ୍ ଟି ଏକ ଡମ୍ପର ସହିତ ଅନେକ ଗାଡିକୁ ଧକ୍କା ଦେଇ ଯାତ୍ରୀମାନଙ୍କ ଉପରକୁ ମାଡି ଯାଇଥିଲା ଫଳରେ ବସ ଧକ୍କାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର କାନପୁରର ଟାଟା ମିଲ୍ କ୍ରସ୍‌ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I
ଟାଟା ମିଲ୍ କ୍ରସ୍‌ରୋଡ୍ ନିକଟରେ ବସ୍‌ର ବ୍ରେକ୍‌ କାମ ନ କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ବସ୍ ୩ ଟି କର କୁ ଧକ୍କା ଦେଇ ଅଟକି ଯାଇଥିଲା Iପୁଲିସ୍ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି। ତାକୁ ଧରିବାକୁ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି ପୂର୍ବ କାନପୁରର ଡେପୁଟି ପୁଲିସ୍ କମିଶନର ପ୍ରମୋଦ କୁମାର।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି।

କାନପୁରରେ ଘଟିଥିବା ଏହି ଦୁର୍ଘଟଣାରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘କାନପୁରରୁ ସଡକ ଦୁର୍ଘଟଣାର ଅତ୍ୟନ୍ତ ଦୁଖଦଃ ଖବର ଆସିଛି। ମୃତକଙ୍କ ପରିବାର ପ୍ରତି ମୁ ଗଭୀର ସମବେଦନା ଜଣାଉଛି I ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।

Comments (0)
Add Comment