କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା : ବୁଥରେ ଆକ୍ରମଣ ୫୦ରୁ ଉର୍ଦ୍ଧ୍ଵ ଆହତ ଭୋଟ୍ ବାକ୍ସ ଲୁଟ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗାଁରେ ରାଜନୈତିକ ହିଂସା । ଅଲଣ୍ଡା ପଂଚାୟତର ୪ ନମ୍ବର ବୁଥ୍ ରେ ମତଦାନ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ୨୦ରୁ ଅଧିକ ଆହତ ହୋଇଛନ୍ତି । ଓ ପରେ ପୁଣି ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ହୋଇ ଢେଲା ପଥର ମାଡ଼ ଯୋଗୁଁ ୫୦ରୁ ଉର୍ଧ୍ଵ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ଅନୁଧ୍ୟାନ କରୁଛି ।

ସୂଚନାନୁସାରେ ଏହି ମତଦାନ କେନ୍ଦ୍ରକୁ ତିଛିଣା ଗାଁର ଲୋକମାନେ ଭୋଟ ଦେବା ପାଇଁ ଯାଇଥିଲେ । ଦୁଇ ଗାଁ ମଧ୍ୟରେ ପୂର୍ବରୁ ରାଜନୈତିକ ଶତ୍ରୁତା ରହି ଆସିଥିଲା । ବୁଧବାର ମତଦାନ ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏହି ସମୟରେ ଆକ୍ରମଣ କାରି ମାନେ ଭୋଟ୍ ବାକ୍ସ ଲୁଟିନେଇଥିବା ଅଭିଯୋଗ ହୋଇଛି । ଗାଁରେ ପୋଲିସ ଛାଉଣୀ ହୋଇଛି I ତେବେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ବଡଜେନା କହିଛନ୍ତି ।