ଜୋର ଧରିଛି ନିର୍ବାଚନୀ ହିଂସା ,କେଉଁଠି ବୋମା ମାଡ଼ ତ କେଉଁଠି ଭୁଜାଲି ମାଡ଼

ନିର୍ବାଚନ ପ୍ରଚାର ସରିଛି,ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ର ମତ ଦାନ ହେଉଛି I ଭୋଟ ଗ୍ରହଣକୁ ନେଇ ଅନେକ ସ୍ଥାନରେ ହିଂସାକାଣ୍ଡ ଏବଂ ଉତ୍ତେଜନା ଦେଖାଦେଇଛି I ନିର୍ଦ୍ଧିଷ୍ଟ ଦଳକୁ ଭୋଟ ନ ଦେଲେ କେଉଁଠି ଭୋଟରଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼ କରI ଯାଇଛି I ସାଲେପୁରରେ ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଘରର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି I

ସେହିଭଳି ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ନୂଆ ଖୋଲମରା ପଂଚାୟତରେ ଜେଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସେ ଘରକୁ ଫେରୁଥିବା ବେଳେ ୧୦ରୁ ୧୫ ଜଣ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଉପରକୁ କାହିଁକି ଆକ୍ରମଣ ହୋଇଛି ତାହା ଜଣାପଡ଼ିନାହିଁ ।

ଅନ୍ୟପଟେ ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ନିଶୀମହର ଗାଁରେ ବୁଥ୍‌ରେ ମତଦାନ ଚାଲିଥିବା ସମୟରେ ଭୋଟ ର ମାନଙ୍କୁ ନିର୍ଦ୍ଦିଷ୍ଟ ଦଳ ର କିଛି ଯୁବକ ଶାସକ ଦଳ କୁ ଭୋଟ ନ ଦେଲେ, ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଖୁଲମ ଖୁଲା ଧମକ ଦେଉଥିଲେ I ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଶାସକ ଦଳ ର କର୍ମୀମାନେ ଲୁଚାଇ ରଖିଥିବା ଶାବଳ, ଭୁଜାଲିରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ପୁଲିସ୍‌ ଫୋର୍ସ ମୁତୟନ ହୋଇଛି ।

ସେପଟେ, ବାଲେଶ୍ୱର ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ୪ ନମ୍ବର ବୁଥ୍ରେ ଉତେଜନା । ଜିଲ୍ଲା ପରିଷଦ ଏଜେଂଟ ବିସିବାକୁ ନଦେବାରୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଉତେଜନା । ଫଳରେ ଅଧ ଘଂଟା ବନ୍ଦ ରହିଥିଲା ମତଦାନ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ମତଦାନ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।