ଭୁବନେଶ୍ୱର ୪୫ନମ୍ବର ୱାର୍ଡରେ ନିର୍ବାଚନୀ ହିଂସା ଘଟି , ଜଣେ ଆହତ

ରାଜ୍ୟରେ ପୌର ନିର୍ବାଚନ ପାଇଁ ରାଜନିତ ବେଶ ସରଗରମ ରହିଛି I ଆସନ୍ତା ୧୪ ତାରିଖରେ ପ୍ରାର୍ଥୀ ପତ୍ର ଚୂଡାନ୍ତ ତାଲିକା ପ୍ରକାଶ ପାଇବ I ବର୍ତ୍ତମାନ ରାଜଧାନୀ ର ରାଜନୀତି ଚଳଚଞ୍ଚଳ ଥିବାବେଳେ ୪୫ନମ୍ବର ୱାର୍ଡରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଭୁବନେଶ୍ୱର ୪୫ନମ୍ବର ୱାର୍ଡ ର ଚିନ୍ତାମଣିଶ୍ବର ଅଞ୍ଚଳର ବିଜେଡି କର୍ମୀ ରମେଶ ଜେନା (୪୭)ଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ I ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ତାଙ୍କ ମୁହଁ ରେ ଲଙ୍କାଗୁଣ୍ଡ ପକାଇବା ସହ ହକି ଷ୍ଟିକ ଓ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବଡଗଡ଼ ଥାନାରେ ଅଭିଯୋଗ ହୋଇଛି।
ଶ୍ରୀ ଜେନାଙ୍କୁ ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନା ଓ ତାଙ୍କ ସମର୍ଥକ ଉଦ୍ଧାର କରି ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ୱାର୍ଡରେ ଚାପା ଉତ୍ତେଜନା ଦେଖାଯାଇଛି। ବିଜେଡି ସମର୍ଥକମାନେ କଟକରୋଡ ରାସ୍ତାକୁ ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି। ବିଜେଡି କର୍ପୋରେଟର ପ୍ରାର୍ଥୀ ଶ୍ରୀ ଜେନା କହିଛନ୍ତି ଯେ ଏହି
ଘଟଣାରେ ବିଜେପି ନେତା ଓ କର୍ମୀ ସମ୍ପୃକ୍ତି ରହିଛି । ନିର୍ବାଚନରେ ପରାଜୟ ଆଶଙ୍କାରେ ବିଜେପି ଏଭଳି ହିଂସାତ୍ମକ ପନ୍ଥା ଆପଣାଉଛି। ପୁଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।