ନିର୍ବାଚନୀ ହିଂସା : ଖଜୁରିପଡ଼ା ବ୍ଲକରେ ବାଲାଟ ପେପର ଚିରିଲେ ଦୁର୍ବୁତ୍ତ, ୨ ଅଟକ

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ୫ନମ୍ବର ବୁଥରେ ଅଘଟଣ ଦେଖିବାକୁ ମିଳିଛି Iଏହି ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଦୁର୍ବୁତ୍ତମାନେ ପସି ଆସିଥିଲେ । ତାପରେ ସେମାନେ ବାଲାଟ ପେପର ଛଡ଼ାଇ ନେଇଥିଲେ ।ଏହି ବୁଥରେ ସମୁଦାୟ ୧ ୯୦ ଜଣ ଭୋଟର ଥିବାବେଳେ ୧୪୩ ଜଣ ଭୋଟ ଦେଇସାରିଥିଲେ। ଆଉ ଭୋଟ ଦେବାପାଇଁ ୫ଜଣ ଧାଡିରେ ଥିବା ବେଳେ କିଛି ଦୁର୍ବୁତ୍ତ ହଠାତ ବୁଥ ଭିତରକୁ ଧସେଇ ପଶି ପ୍ରିଜାଇଡିଙ୍ଗ ଅଫିସରଙ୍କ ଠାରୁ ବାଲାଟ ପେପର ଛଡାଇ ନେଇଥିଲେ।ଖବର ପାଇ ଖଜୁରିପଡ଼ା ଥାନା ଅଧିକାରୀଙ୍କ ସମେତ ଏସଡ଼ିପିଓ ପହଞ୍ଚି ତଦନ୍ତ କରି ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି l ତେବେ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି l