ପୁଣି ନିର୍ବାଚନୀ ହିଂସା : ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ଥିବା ସରପଞ୍ଚ ପ୍ରାର୍ଥୀ

ହାତଗୋଡ଼ ବନ୍ଧା ହୋଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ I ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁଙ୍କୁ ତାଙ୍କ ଘରଠାରୁ ୧ କିଲୋମିଟର ଦୂରରେ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକତ୍ସା ଚାଲିଛି । ଚୂଳମଣି ଗତକାଲି କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସରେ ଏତଲା ଦେବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ କୂଳମଣି ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ କେଉଁ କାରଣରୁ ଏବଂ କିଏ ତାଙ୍କୁ ଅପହରଣ କରି ଗୁରୁତ୍ତର ଅବସ୍ଥା ରେ ରାସ୍ତା କଡରେ ଫୋପାଡ଼ିଲା ସେ ନେଇ କୌଣସି ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ପାରି ନାହିଁ ଇ ତେବେ ଏହି ଘଟଣା ପାଇଁ ତାଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି I ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ଖଡିଆଳ ପୋଲିସ ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତ ଦାନ ଆରମ୍ଭ ହେବI ଦିନଠାରୁ ଏହିଭଳି ଅନେକ ରାଜନୈତିକ ହିଂସାକାଣ୍ଡ ଜାରି ରହିଛି I