ନିର୍ବାଚନ ଜିତିବା ପରେ ଗୁଳି ଫୁଟାଇ କଲେ ସେଲିବ୍ରେସନ୍

ଆଜି ପୌର ପରିଷଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି I ପଂଚାୟତ ଭୋଟ ପରି ସହରୀ ଭୋଟ ମଧ୍ୟ ବିଜେଡି ଖାତାକୁ ଯାଇଛି I ମାତ୍ର କେତେକ ସ୍ଥାନ ରେ ଏହା ସଂଘର୍ଷ ପୂର୍ଣ୍ଣ ହୋଇଛି I ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।ହେବା ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ତଥା ନବ ନିର୍ବାଚିତ ବିଜେଡି କାଉନସିଲର କଇଁରୁ ସ୍ୱାଇଁ ବିଜୟୀ ହେବା ପରେ ସମର୍ଥକ ମାନଙ୍କ ସହିତ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ।ତେବେ ସମର୍ଥକଙ୍କ ଜୟଗାନ ଭିତରେ ସେ ନିଜେ ବନ୍ଧୁକ ଧରି ଆକାଶକୁ ବ୍ଲାଙ୍କ ଫାୟାର କରିଛନ୍ତି।ତାଙ୍କ ବାସଭବନରୁ ସମର୍ଥକଙ୍କ ଗହଣରେ ନିଜ ସାହି ପରିକ୍ରମା ପାଇଁ ବାହାରିଥିଲେ।