ଦୀର୍ଘ ୧୮ ମାସ ପରେ ଆଜି ଖୋଲିଲା ଅଷ୍ଟମ ଶ୍ରେଣୀ

କରୋନା ର ପ୍ରଥମ ଓ ଦ୍ଵିତୀୟ ଲହର ର ଭୟାବହତା ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ ,କଲେଜ,ତଥା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା I କିନ୍ତୁ ଏବେ ରାଜ୍ୟରେ କରୋନା ର ପ୍ରାଦୁର୍ଭାବ ଆସ୍ତେ ଆସ୍ତେ କମି ଯାଇଛି ଇ ତେଣୁ ଏବେ ପର୍ଯ୍ୟାୟ କ୍ରମେ ସ୍କୁଲ କଲେଜ ସବୁ ଖୋଲିବାକୁ ଯାଉଛି ଇ ସେହିଭଳି ରାଜ୍ୟରେ ଆଜିଠୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍କୁଲ ଖୋଲିଛି । ପ୍ରାୟ ୧୮ ମାସ ପରେ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହେବ ।ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ । ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ବୈଠକ କରିଛନ୍ତି । ପାଠପଢ଼ା ସାଙ୍ଗକୁ କରୋନା କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ଉପରେ ତୀକ୍ଷଣ ଦୃଷ୍ଟି ଦିଆଯାଇଛି।
ଯେହେତୁ ପିଲାମାନଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କରୋନା ଟିକା ଆସିନାହିଁ , ତେଣୁ ସଂକ୍ରମଣ ଆଶଙ୍କା ଠୁ ଦୁରେଇ ରହିବାକୁ ପଡିବ । ତେଣୁ ସାନିଟାଇଜର ଓ ମାସ୍କକୁ କଡାକଡି ପାଳନ କରାଯିବପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

Comments (0)
Add Comment