ଶୂନ୍ୟ କାଳରେ ଉଠିଲା ସୋନିଆଙ୍କୁ ଇଡି ସମନ୍ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଜେପି ମୁହାଁ ମୁହିଁ ହୋଇଛନ୍ତି। ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ୍ ଏବଂ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଇଡି ସିବିଆଇ ଲଗାଇ ସମନ ଜେରା କରାଯାଉଛି । ସେପଟେ ବିଜେପିର କହିବା କଥା ନିର୍ଦ୍ଧିଷ୍ଟ ପ୍ରମାଣ ମିଳିବା ପରେ ସମାନ ଓ ଜେରା କରାଯାଉଛି। ଏହାକୁ ନେଇ କଂଗ୍ରେସ ବିଜେପି ମଧ୍ୟ ରେ କଥା କଟା କଟି ହୋଇଥିଲା। କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ। ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୦ ମିନିଟ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।