ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଙ୍କ ସମ୍ପର୍କୀର ପୁତୁରI ଭୂପିନ୍ଦର ସିଂହ ହନି ଏବଂ ଅନ୍ୟମାନଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ବାଲି ଖନନ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଛି ବୋଲି ପ୍ରକାଶ । ଇଡି ର ଏହି ଚଢ଼ାଉ ଉପରେ ସିଏମ୍ ଚରଣଜିତ୍ ସିଂ ଚାନ୍ନି ଏକ ବିବୃତ୍ତି ଦେଇ କହିଛନ୍ତି ଯେ ତାଙ୍କୁ ଦମନ କରିବା ପାଇଁ ଉଦ୍ୟମ କରାଯାଉଛି, କିନ୍ତୁ ସେ ଏହି ଉପାୟରେଦାବି ଯିବେ ନାହିଁ I
ଭୂପିନ୍ଦର ସିଂହଙ୍କ ଘର ସମେତ ପ୍ରାୟ ୧୦ରୁ ୧୨ଟି ଭିନ୍ନ ଭିନ୍ନ ଠିକଣା ଉପରେ ଆଜି ସକାଳୁ ଇଡି ଚଢ଼ାଉ କରିଛି। ମନି ଲଣ୍ଡରିଂ ଆକ୍ଟ (PMLA)ଅନୁଯାୟୀ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୁହାଯାଉଛି ଯେ ରାଜନୈତିକ ସମ୍ପର୍କ ଥିବା କିଛି ଲୋକଙ୍କ ଠିକଣା ଉପରେ ମଧ୍ୟ ରେଡ୍ କରାଯାଉଛି। ଏହାବାଦ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଶାଳକଙ୍କ ଘର ଥିବା ମୋହାଲିର ହୋମ୍ଲ୍ୟାଣ୍ଡ ସୋସାଇଟିରେ ମଧ୍ୟ ରେଡ୍ କରିଛି ଇଡି I