ଇଡି ପାଇଲା ପ୍ରମାଣ, ଗିରଫ ହେଲେ ଜଗବନ୍ଧୁ

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପ ମାମଲାରେ ଇଡିକୁ ଏକ ବଡ଼ ସଫଳତା ମିଳିଛି ।  ମନି ଲଣ୍ଡରିଂ ମାମଲାରେ ଇଡି ପ୍ରମାଣ ପାଇଛି । ଆଉ ପ୍ରମାଣ ପାଇବା ପରେ  ଇଡି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି । ଗତକାଲି ଜଗବନ୍ଧୁଙ୍କ  ରିମାଣ୍ଡ ଶେଷ ହୋଇଥିବାବେଳେ ଆଜି ତାଙ୍କୁ ଗିରଫ କରିଛି ଇଡି । ଗିରଫ କରି ଇଡି ଜଗବନ୍ଧୁଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ଜଣାଯାଇଛି । ପୂର୍ବରୁ ଇଡି ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଏଯାବତ୍ ୩ ଜଣଙ୍କୁ ଇଡି ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି କୁହାଯାଉଛି । ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । କିନ୍ତୁ ଏଯାବତ୍ ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁନଥିବା ନେଇ କୋର୍ଟରେ କହିଥିଲେ ଇଡିର ଅଧିକାରୀ । କିନ୍ତୁ ଗଣମାଧ୍ୟମରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲେ । ସେ ନିର୍ଦ୍ଦୋଷ ଓ ତାଙ୍କୁ ଫଶାଯାଉଛି, ସମୟ ଦେଲେ  ସବୁକିଛି କହିବି । ଯାହା ଓଡ଼ିଶାକୁ ପରିବର୍ତ୍ତନ କରିଦେବ ବୋଲି କହିଥିଲେ ଅର୍ଚ୍ଚନା ।

ED got evidence