ମଧୁମେହ ପାଇଁ ଖାଆନ୍ତୁ ‘ମେଥିପତ୍ର’

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ହେଉଛି ‘ମେଥିପତ୍ର’ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ ହୋଇଥାଏ ଏଭଳି ଭାବରେ ଖାଇବାକୁ ପଡିବ I
ରକ୍ତରେ ଶର୍କରା ସ୍ତରକୁ କିପରି ନିୟନ୍ତ୍ରଣ କରିବେ : ଆମେ ଆପଣଙ୍କୁ ମେଥି ପତ୍ରର ଉପକାରୀତା ବିଷୟରେ କହୁଛୁ :-
ଯଦି ଆପଣ ମଧୁମେହ ରୋଗୀ ହୋଇଥିବେ ତେବେ ଏହି ଖବର ଆପଣଙ୍କୁ ଆଶ୍ବସ୍ତି କରିବ ଇ କାରଣ ଆମେ ଆପଣଙ୍କ ପାଇଁ ମେଥିପତ୍ର ର ବିଷୟରେ କହୁଛୁ ଶୀତଋତୁ ରେ, ମଧୁମେହ ରୋଗୀମାନେ ମେଥି ପତ୍ର ଖାଇବା ଉଚ୍ଚିତ , ଯେଉଁଥିପାଇଁ ରାକରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ଈମେଥି ପତ୍ର ଶରୀରକୁ କିପରି ଉପକାର ଦେଇଥାଏ ଆସନ୍ତୁ ଜାଣିବା I

ଆୟୁର୍ବେଦ ଡାକ୍ତର ଅବର ମୁଲତାନି ଙ୍କ ମତରେ
ଦେଶର ପ୍ରସିଦ୍ଧ ଆୟୁର୍ବେଦ ଡାକ୍ତର ଅବରାର ମଲ୍ଟାନୀଙ୍କ ଅନୁଯାୟୀ, ଉଭୟ ପ୍ରକାରର ଟାଇପ୍ ୧ ଏବଂ ଟାଇପ୍-୨ ମଧୁମେହରେ ମେଥି ପତ୍ର ବହୁତ ଲାଭଦାୟକ ଅଟେ। ମଧୁମେହ ରୋଗୀଙ୍କ ଶରୀରରେ ଇନସୁଲିନ୍ ହରମୋନ୍ ତିଆରି ହୁଏ ନାହିଁ I ଏହି କାରଣରୁ, ସେମାନଙ୍କ ଶରୀରରେ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇ ଥାଏ I

ମେଥି ପତ୍ର ଖାଇବାର ଲାଭ

୧ . କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟକାରୀ :
କେତେକ ଅଧ୍ୟୟନ ଅନୁଯାୟୀ, ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି ଏବଂ ଶରୀରରେ ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ କରିବା ପାଇଁ ମେଥିପତ୍ର ଉତ୍ତମ କାମ କରିଥାଏ I ଏହି ପତ୍ର କୋଲେଷ୍ଟ୍ରଲ୍ ଅବଶୋଷଣକୁ ହ୍ରାସ କରି ଯକୃତରେ କୋଲେଷ୍ଟ୍ରୋଲ୍ ଗଠନକୁ ରୋକିଥାଏ I

୨ . ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟକାରୀ I
ମେଥି ପତ୍ରରେ ଫାଇବର ସହିତ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି କରିଥାଏ I ମେଥି ପତ୍ର ରେ ଥିବା ଭରପୁର ଫାଇବର ଯୋଗୁଁ ’କୋଷ୍ଠକାଠିନ୍ୟ, ଅଜୀର୍ଣ୍ଣ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳି ଥାଏ I ଏହାକୁ ଖାଇବା ଦ୍ୱାରା ଅମ୍ଳତା ସମସ୍ୟା ମଧ୍ୟ ଦୂର ହୁଏ I

୩ . ହୃଦ ରୋଗୀଙ୍କ ପାଇଁ ଲାଭଦାୟକ
ମେଥିପତ୍ର କୋଲେଷ୍ଟ୍ରୋଲ ସ୍ତରକୁ କୁ ହ୍ରାସ କରିଥାଏ, ଯାହା ହୃଦ ରୋଗୀଙ୍କ ପାଇଁ ଜରୁରୀ ଅଟେ I ମେଥିପତ୍ର ପତ୍ର ଜଡିବୁଟି ପରି କାମ କରେ, ଯାହା ହୃଦଘାତ ଏବଂ ଷ୍ଟ୍ରୋକରେ ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ I

. ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟକାରୀ
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଡାଏଟରେ ନିୟମିତ ମେଥିପତ୍ର ସାମିଲ କରନ୍ତୁ I ଓଜନ ହ୍ରାସ ପାଇଁ ଏହା ଠାରୁ କୌନସି ଭଲ ବିକଳ୍ପ ହୋଇପାରିବ ନାହିଁ I ଆପଣ ମେଥି ପତ୍ର ର ପରଟା,ରୋଟୀ , ପୁରୀ ଇତ୍ୟାଦି କରି କିମ୍ବା ମେଥି ପତ୍ରକୁ ଶାଗ ଆକାରରେ ବ୍ୟବହାର କରି ଖାଇ ପାରିବେ I ଏହା ସୁସ୍ୱାଦୁ ସାଙ୍ଗକୁ ସ୍ୱାସ୍ଥ୍ୟ ପକ୍ଷେ ହିତ କର ହୋଇଥାଏ Iଗୋଟିଏ କପ୍ ମେଥି ପତ୍ରରେ କେବଳ ୧୩% କ୍ୟାଲୋରୀ ଥାଏ | ଏହାର ଅଳ୍ପ ପରିମାଣରେ ଖାଇବା ଦ୍ୱାରା ଆପଣ ଅନୁଭବ କରିବେ ଯେ ଆପଣଙ୍କ ପେଟ ଭଲରେ ପରିପୂର୍ଣ୍ଣ ହୋଇଛି ଏବଂ ଏହା ଖାଇବା ଦ୍ୱାରା ଆପଣଙ୍କୁ ଜଲ୍ଦି ଭୋକ ଲାଗିବ ନାହିଁ I ଯାହା ଦ୍ୱାରା ଆପଣ ଅଧିକ ଖାଇବା ଠାରୁ ଦୂରେଇ ରହିବେ I ତେଣୁ ଆପଣଙ୍କ ଓଜନ ହ୍ରାସ ପାଇବ

. ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ବୃଦ୍ଧିରେ ସାହାଯ୍ୟକାରୀ
ଡାକ୍ତର ଅବରାର ମଲ୍ଟାନି କହିଛନ୍ତି ଯେ ପୁରୁଷମାନଙ୍କର ଟେଷ୍ଟୋଷ୍ଟେରନ୍ ହରମୋନ୍ ଉତ୍ପାଦନ ବୃଦ୍ଧି ପାଇଁ ମେଥିପତ୍ର ଭଲ କାମ କରେ ଥିରେ ଫୁରୋଷ୍ଟାନୋଲିକ୍ ସାପୋନିନ୍ ଥାଏ, ଯାହା ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିଥାଏ I

Comments (0)
Add Comment