ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ କଦଳୀ

କଦଳୀ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା: କଦଳୀ ଏପରି ଏକ ଫଳ, ଯାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଦେବା ପାଇଁ କାମ କରେ I ଯଦି ଆପଣଙ୍କର ଶ୍ୱାସ ଭଳି ସମସ୍ୟା ରହୁଛି କିମ୍ବା କାଶ , ଥଣ୍ଡା ଅଛି, ତେବେ ଶୀତଦିନେ ରାତିରେ ଭୁଲ ରେ ମଧ୍ୟ କଦଳୀ ଖାଆନ୍ତୁ ନାହିଁ I ଅନ୍ୟ ପଟେ, ଯଦି ଆପଣଙ୍କର ସାଇନସ୍ ସମସ୍ୟା ଅଛି, ତେବେ ଆପଣ କଦଳୀଠାରୁ ଦୂରରେ ରହିବା ଉଚିତ କିମ୍ବା ଏହାକୁ କେବଳ ସୀମିତ ପରିମାଣରେ ଖାଇବା ଉଚିତ୍ I ଶୀତ ରୁତୁରେ କଦଳୀ ଖାଇବା ଉଚିତ କି ନୁହେଁ ଅନେକ ଲୋକ ଦ୍ୱନ୍ଦ୍ୱରେ ରହିଥା’ନ୍ତି I ଆସନ୍ତୁ ଜାଣିବା, କଦଳୀ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା:

ସାଇନସ୍ କଣ
ଡାକ୍ତରୀ ଭାଷାରେ ସାଇନସ୍ କୁ ସାଇନୋସାଇଟିସ୍ କୁହାଯାଏ I ଏହି ରୋଗରେ ରୋଗୀର ନାକ ର ଭିତର ଅଂଶର ହାଡସାମାନ୍ୟ ବୃଦ୍ଧି ହୋଇଥାଏ ଯେଉଁଥିପାଇଁ ଥଣ୍ଡା ଲାଗି ରହିଥାଏ I ଯଦି ଏହି ସମୟରେ କଦଳୀ ଭଳି ଅନେକ ଥଣ୍ଡା ଜାତୀୟ ଫଳ କୁ ଏଡାଇ ଦିଆଯାଏ, ତେବେ ଏହି ରୋଗ ଅଧିକ କ୍ଷତି କରିପାରେ ନାହିଁ , କିନ୍ତୁ ଯେଉଁମାନଙ୍କର ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ସେମାନଙ୍କୁ ଡାକ୍ତର ଙ୍କ ପରାମର୍ଶ ନେଇ ନାକ ଅପରେସନ୍ କରିବାକୁ ପଡିବ I

କିନ୍ତୁ ଯେଉଁମାନଙ୍କର ଏପରି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ସେମାନେ ଶୀତ ଋତୁରେ କଦଳୀ ଖାଇ ପାରିବେ I ତେବେ ଆସନ୍ତୁ ଜାଣିବା କଦଳୀରେ ମିଳୁଥିବା ପୁଷ୍ଟିକର ତତ୍ତ୍ୱ ବିଷୟରେ :

କଦଳୀରେ ମିଳୁଥିବା ପୁଷ୍ଟିକର ତତ୍ତ୍ୱ
କଦଳୀରେ ସମସ୍ତ ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ ଯଥା, ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫୋଲେଟ୍, ନିୟାସିନ୍, ରାଇବୋଫ୍ଲାଭିନ ଏବଂ B6 ଥାଏ | ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖେ ଏବଂ ସଠିକ୍ ଭାବରେ କାମ କରେ I

ଅସ୍ଥି ପାଇଁ କଦଳୀ ଉପକାରୀ
ଶୀତ ଋତୁରେ ହାଡ଼ ବା ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ I ଏପରି ପରିସ୍ଥିତିରେ, କ୍ୟାଲସିୟମରେ ଭରପୂର କଦଳୀ ଖାଆନ୍ତୁ, ଏଥିରୁ ପର୍ଯ୍ୟାପ୍ତ କ୍ୟାଲସିୟମ ପାଇବେ , ଯାହା ହାଡର ଘନତାକୁ ବଜାୟ ରଖିବ ଏବଂ ହାଡ଼କୁ ଶକ୍ତିଶାଳୀ କରିଥାଏ I

କଦଳୀ ରେ ଓଜନ ନିୟନ୍ତ୍ରଣ
କଦଳୀ ଓଜନ ନିୟନ୍ତ୍ରଣ କରିଥାଏ କାରଣ ଏହା ଉଭୟ ଦ୍ରବୀଭୂତ ଫାଇବରରେ ଭରପୂର I ଦ୍ରବୀଭୂତ ଫାଇବରରେ ହଜମ ପ୍ରକ୍ରିୟାକୁ ମନ୍ଥର କରିବାର ପ୍ରବୃତ୍ତି ଅଛି I ଏହାକୁ ଖାଇଲେ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ ହୋଇଥାଏ I ତେଣୁ, ବାରମ୍ବାର ଭୋକ ଲାଗିଁ ଥାଏ ଏବଂ ଓଜନ କୁ ନିୟନ୍ତ୍ରଣ କରିଥାଏ I

ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ
ଏକ ଅଧ୍ୟୟନ ଅନୁଯାୟୀ, ଫାଇବର ଯୁକ୍ତ ଖାଦ୍ୟ ହୃଦ୍ ରୋଗ ଏବଂ କରୋନାରୀ ଧମନୀ ରୋଗରୁ ରକ୍ଷା କରିଥାଏ I କଦଳୀରେ ଥିବା ପୋଟାସିୟମ୍ ହୃଦସ୍ପନ୍ଦନ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ I

ନିଦ୍ରାହୀନତା ଦୂର କରେ
ସନ୍ଧ୍ୟାରେ କଦଳୀ ଖାଇବା ଏକ ଭଲ ଅଭ୍ୟାସ I ପୋଟାସିୟମରେ ଭରପୂର କଦଳୀ, ଦିନର କଠିନ କାମ ପରେ ମାଂସପେଶୀକୁ ଆରାମ କରିବାରେ ସାହାଯ୍ୟ କରେ I ସନ୍ଧ୍ୟାରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଦ୍ୱାରା ଥକ୍କାପଣ ଲାଗି ନ ଥାଏ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ I

Comments (0)
Add Comment