ଦିଲ୍ଲୀ- ଏନ୍‌ସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା  । ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶରେ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ୨ଟା ୫୧ ମିନିଟରେ ୪୦ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ ହୋଇଛି  । ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ସୂଚନା ମିଳିଛି ।

ସେପଟେ ଆଜି ମେଘାଳୟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରହିଥିଲା  । ଉତ୍ତର ଗାରୋ ହିଲ୍ସ ଏହାର କେନ୍ଦ୍ରସ୍ଥଳ ରହିଥିଲା ।  ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନି ।

କେବଳ ମେଘାଳୟ ନୁହେଁ , ପଶ୍ଚିମବଙ୍ଗ, ଆସାମ ଏବଂ ସିକ୍କିମର ଉତ୍ତର ଭାଗରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।