DUSU ନିର୍ବାଚନ ଫଳାଫଳ: ଏବିଭିପିର ବାଜିମାତ୍, ସଭାପତି ହେଲେ ଯଶ ଡବାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଆଖିଦୃଶିଆ ସଫଳତା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ନିଜର ଦବ୍‌ଦବା ବଜାୟ ରଖିଛି। ସଂଘର ଚାରୋଟି କେନ୍ଦ୍ରୀୟ ପଦବୀ ମଧ୍ୟରୁ ତିନୋଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏନଏସୟୁଆଇ (NSUI)କୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ABVPର ଯଶ ଡବାସ ବିଜୟୀ ହୋଇଛନ୍ତି ଏବଂ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକିନ୍ ବାଜିମାତ୍ କରିଛନ୍ତି। ସଚିବ ଓ ଯୁଗ୍ମ ସମ୍ପାଦକ ଏହି ଦୁଇଟି ପଦବୀରେ ମଧ୍ୟ ABVP ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି। ସଭାପତି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଡ଼ା ଥିଲା। ABVPର ଯଶ ଡବାସ ସର୍ବାଧିକ ୨୪,୫୭୬ ଭୋଟ ପାଇଥିଲେ। NSUIର ବିଜୟ ଶଙ୍କର ମୀନା ୨୨,୫୨୩ ଭୋଟ ପାଇଥିଲେ। ଅନନ୍ୟା ରତୁଡି ୫,୩୭୭, ସମୀର କୁମାର ୧,୦୧୫, ଅଶ୍ମିତ କୁମାର ୧,୩୮୮, ଏଜାଜ ମନସୁରୀ ୮୩୭ ଏବଂ ସମର୍ଥ ବେନିୱାଲ ୮୧୯ ଭୋଟ ପାଇଥିଲେ। ଏହି ପଦବୀ ପାଇଁ NOTA ରେ ୪,୩୧୦ ଭୋଟ ପଡ଼ିଥିଲା। ମୋଟ ୬୦,୮୪୫ ଭୋଟ୍ ପଡ଼ିଥିଲା।