ଚୋରା ଗୋ-ଚାଲାଣ ବେଳେ,ଗୋ-ସୁରକ୍ଷା କର୍ମୀଙ୍କୁ ଗୁଳିମାଡ଼ : ୨ ଗୁରୁତର

କରଞ୍ଜିଆ : ଯଶୀପୁର ବେଗୁନିଆ ଟୋଲଗେଟ୍‍ ନିକଟରେ ଆଜି ଭୋର ସମୟରେ ଗୋ-ସୁରକ୍ଷାକର୍ମୀଂକ ଉପରେ ଗୁଳିମାଡ କରିଛନ୍ତି ଗୋ-ମାଫିଆ ମାନେ I ଏଥିରେ ଦୁଇଜଣ ଗୋ-ସୁରକ୍ଷା କର୍ମୀ ଗୁରୁତ୍ତର ହୋଇଛନ୍ତି I ଗୁରୁତରଙ୍କୁ ପ୍ରଥମେ ଯଶିପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଆହତ ୨ଜଣ କଟକର ବଜରଙ୍ଗ ଦଳ ଓ ଦେବସେନା ଦଳର ବୋଲି ଜଣାପଡିଛି।
ସୂଚନାନୁସାରେ ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ୭ଟି ଟ୍ରକ୍‌ରେ କୋଲକାତା ଅଭିମୁଖେ ଗୋ ଚାଲାଣ କରୁଥିଲେ। ଏହି ଟ୍ରକଗୁଡ଼ିକୁ ଏସକର୍ଟ କରି ଆଗରେ ପଛରେ ୪ଟି ବୋଲେରୋ ଓ ସ୍ପର୍ପିଓରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗୋ-ଚାଲାଣକାରୀ ଯାଉଥିଲେ। ଖବର ପାଇ ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ଗୋ-ଚାଲାଣ ହେଉଥିବା ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଏହାଦେଖି ଗୋ- ମାଫିଆ ଏବଂ ଗୋ-ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା I ସେହିସମୟରେ ଗୋ-ମାଫିଆ ମାନେ ଗୋ-ସୁରକ୍ଷା କର୍ମୀଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ I ଘଟଣା ସ୍ଥଳରେ କରଞ୍ଜିଆ ଏସଡିପିଓ ଏବଂ ଯଶୀପୁର ପୁଲିସର ତଦନ୍ତ ଆରମ୍ଭ କରିଛି। ଏହା ସହ ୧୧ ଜଣ ଗୋ-ମାଫିଆଙ୍କୁ ବନ୍ଧୁକ ମାରଣାସ୍ତ୍ର ସହ ଅଟକ ରଖିଛି ପୋଲିସ I ସେମାନଙ୍କ ନିକଟରୁ ୩ଟି ସ୍କର୍ପିଓ ଓ ଗୋଟିଏ ଗାଡି ମଧ୍ୟ ଜବତ କରାଯାଇଛି I ବାରମ୍ବାର ମୟୁରଭଞ୍ଜ ସୀମା ଦେଇ ଚୋରା ଗୋ-ଚାଲାଣ ହେଉଥିବାର ଖବର ଆସୁଛି I ଏହିମାସ ଚୋରା ଗୋ-ଚାଲାଣ ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ଝାରପୋଖରିଆ ଥାନା ର ୩ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି I