ସରକାରୀ କର୍ମଚାରୀଙ୍କୁ ଦୁର୍ଗାପୂଜା ଭେଟି : ୧୧ % ବଢ଼ିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର I ରାଜ୍ୟ ରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି I ଏହା ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇ ଲାଗୁ ହେବ । ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ପ୍ରତିଶତରେ ପହଞ୍ଚିଲା । ଏହି ବର୍ଦ୍ଧିତ ଭତ୍ତାମହଙ୍ଗା ଭତ୍ତା ଗତ ଜୁଲାଇ ୨୧ ରୁ ଲାଗୁ କରାଯାଇ ଅକଟୋବର ମାସ ଦରମା ରେ ମିଳିବ I ଏଥି ଯୋଗୁଁ ରାଜ୍ୟର ୪ ଲକ୍ଷ କର୍ମଚାରୀ, ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ । ଏହା ସହିତ ବକେୟା ୩ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ । ଏହି ଖବର ପ୍ରଚାରିତ ହେବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

Comments (0)
Add Comment