କାଉଡିଆଙ୍କ ଉପରେ ମାଡ଼ିଗଲା ଡମ୍ପର , ଘଟଣାସ୍ଥଳରେ ୫ ମୃତ

ଉତ୍ତରପ୍ରଦେଶ : ହାଥରସ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ମହାଦେବ ଙ୍କ ଠାରେ ଜଳଲାଗି ପାଇଁ ଯାଉଥିବା ସମୟରେ କାଉଡିଆଙ୍କ ଉପରେ ଡମ୍ପର ମାଡି ଯାଇ ୫ ଜଣ ଙ୍କ ମୃତ୍ୟୁ ଘଟିଛି I
ସୂଚନାନୁସାରେ, ହାଥରସ ଥାନା ଦେଇ ଯାଇଥିବା ଆଗ୍ରା ରାସ୍ତାରେ କିଛି କାଉଡିଆ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ ଗ୍ୱାଲିଅର ଅଭିମୁଖେ ଯାଉଥିଲେ । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଗ୍ରା ଜୋନ୍ ଡିସିପି ରାଜୀବ କୃଷ୍ଣା କହିଛନ୍ତି ଯେ, ଦୁର୍ଘଟଣା ବାବଦରେ ଖବର ମିଳିଲା ପରେ ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଁଚିଥିଲେ । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ଦୁର୍ଘଟଣା ଭିଆଇଥିବା ଟ୍ରକର ସନ୍ଧାନ ଚାଲିଛି । ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାକୁ ଶାନ୍ତି କାମନା କରୁଥିବା ବେଳେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।