ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଙ୍କୁ ବୁଦ୍ଧି, ତର୍କ, ସଂଳାପ, ବ୍ୟବସାୟର କାରକ ଗ୍ରହ ଭାବେ ପରିଗଣିତ ହୋଇଥାନ୍ତି Iବୁଧ ଗ୍ରହ ଆଜି ଅର୍ଥାତ୍ ୬ ମାର୍ଚ୍ଚ ୨୦୨୨ରେ ନିଜ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ରେ ପ୍ରବେଶ କରୁଛନ୍ତି , ଯାହାଫଳରେ ତାଙ୍କ ଗୋଚର ରାଶି ର ପ୍ରଭାବ ଏହି ୫ ଟି ରାଶି ଉପରେ ପଡିବ I ଏହି ସମୟରେ ବୁଧଙ୍କ କୃପାରୁ ଏହି ରାଶିର ଲୋକମାନଙ୍କୁ ଆର୍ଥିକ ଉନ୍ନତି ମିଳିବା ସହ କ୍ୟାରିଅରରେ ବଡ଼ ସଫଳତା ପାଇବାର ଯୋଗ ରହିଛି । ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ:
ଏହି ଲୋକମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବ I
ମେଷ – ମେଷ ରାଶିର ଲୋକମାନେ ଆର୍ଥିକ ସ୍ତରରେ ଉପକୃତ ହେବେ I ଆର୍ଥିକ ସ୍ଥିତି ସୁଦୃଢ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ I ସାହସ ଏବଂ ଶକ୍ତି ବୃଦ୍ଧି ପାଇବ I ସମ୍ମାନ ପାଇବେ I ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରିବ Iଉଭୟ ଚାକିରି ଏବଂ ବ୍ୟବସାୟ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ I ପାରିବାରିକ ଜୀବନ ସୁଖମୟ ହେବ I
ମିଥୁନ – ବୁଧ ଗ୍ରହ ଙ୍କ ଗୋଚର ହେତୁ ମିଥୁନ ରାଶିର ଲୋକଙ୍କ ପାଇଁ ଚାକିରି-ବ୍ୟବସାୟରେ ଅନେକ ଲାଭ ଦେବ । ପ୍ରତିଷ୍ଠା ବଢ଼ିବ । ବୈବାହିକ ଜୀବନ ସୁଖମୟ ହେବ । ଏହି ସମୟରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ । ଆପଣ ଏକ ନୂଆ ଚାକିରିର ଅଫର୍ ପାଇବେ । ପଦୋନ୍ନତି-ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେଉଁମାନେ ଏକ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଭଲ ସମୟ ।
ବିଛା :ବିଛା ରାଶିର ଲୋକମାନଙ୍କ କ୍ୟାରିଅରରେ ଜବରଦସ୍ତ ଫାଇଦା ହେବ । ବେରୋଜଗାର ଲୋକ ଓ ନୂଆ ଚାକିରି ଖୋଜୁଥିବା ଲୋକଙ୍କ ଅପେକ୍ଷା ଶେଷ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଟଙ୍କା ଲାଭର ଯୋଗ ରହିଛି । ନିବେଶ ପାଇଁ ସମୟ ଭଲ ରହିଛି ।
ଧନୁ :ଧନୁ ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଆର୍ଥିକ ପ୍ରଗତି ପାଇଁ ନୂଆ ରାସ୍ତା ଦେଖାଦେବ । ଆୟ ବୃଦ୍ଧି ପାଇବ । କ୍ୟାରିୟରରେ ସଫଳତା ଓ ସମ୍ମାନ ମିଳିବ । ଏହି ସମୟରେ ଆପଣଙ୍କର ଅଟକି ଯାଇଥିବା କାମ ସମ୍ପୂର୍ଣ୍ଣ ହେବ ।
ମୀନ : ମୀନ ରାଶିର ଲୋକଙ୍କ ପାଇଁ ସମୟ ବରଦାନ ସଦୃଶ୍ୟ ପ୍ରମାଣିତ ହେବ । ଚାକିରିରେ ପ୍ରମୋସନ ସହିତ , ଇନକ୍ରିମେଣ୍ଟ ବା ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ଭଲ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।