ପୁଣି ଜବତ ହେଲା ଡ୍ରଗ୍ସ : ସମୀର ଓ୍ବାଙ୍ଖେଡେଙ୍କ ଟିମ୍ କଲେ ଚଢ଼ାଉ

ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସମୀର ଓ୍ବାଙ୍ଖେଡେ ଙ୍କ ଟିମ I ମହାରାଷ୍ଟ୍ର ନନ୍ଦୋଡରେ ଡ୍ରଗ୍ସ ଆଡ୍ଡା ଉପରେ ଚଢାଉ କରିଛି ମୁମ୍ବାଇ NCB ଟିମ । ଘଟଣାସ୍ଥଳରୁ ୧.୪ କେଜି ଅଫିମ ଜବତ କରାଯାଇଥିବା ବେଳେ ୧୧୧ କେଜି ପୋପୀ ଷ୍ଟ୍ର ମଧ୍ୟ ଧରାଯାଇଛି ।
ଏହା ବାଦ୍‌ ଘଟଣାସ୍ଥଳରୁ ୧.୫୫ ଲକ୍ଷ ଟଙ୍କା ଏବଂ ୨ଟି ଗ୍ରାଇଣ୍ଡିଂ ମେସିନ୍‌ ମଧ୍ୟ ଜବତ କରାଯାଇଛି । ଏନ୍‌ସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ କହିଛନ୍ତି, ସୋମବାର ନନ୍ଦୋଡର ଏକ ସ୍ଥାନରେ ଡ୍ରଗ୍ସ କାରବାର ହେଉଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଏନ୍‌ସିବି ଟିମ ପକ୍ଷରୁ ସେଠାରେ ଚଢାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।
ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ କାବୁ କରାଯାଇଥିବା ବେଳେ ଏଥିରେ ଏକ ବଡ ଧରଣର ରାକେଟ୍‌ କାମ କରୁଥିବା ଜଣାପଡିଛି । ଡ୍ରଗ୍ସ ମାଫିଆଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସମୀର ଓ୍ବାଙ୍ଖେଡେ କହିଛନ୍ତି, ଚଳିତ ବର୍ଷର ଏହା ୯୯ତମ ମାମଲା ଯେଉଁଠାରେ କି ଡ୍ରଗ୍ସ ଲିଙ୍କ ନେଇ ଚଢାଉ କରାଯାଇଛି ।
ମହାରାଷ୍ଟ୍ର‌ରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଏକପ୍ରକାର ଅଭିଯାନ ଜାରି ରଖିଛନ୍ତି ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ । ଗୋଟିଏ ପରେ ଗୋଟିଏ ସ୍ଥାନରେ ଚଢାଉ କରି ଅପରାଧିଙ୍କ ଭାଣ୍ଡାଫୋଡ୍‌ କରୁଛନ୍ତି NCB ଚିଫ୍‌ ସମୀର ଓ୍ବାଙ୍ଖେଡେ । ବଲିଉଡର ବଡ ବଡ ସେଲିବ୍ରିଟି ମଧ୍ୟ ଏଥିରୁ ତ୍ରାହି ପାଇନାହାନ୍ତି ।
ସୂଚନାଅନୁସାରେ ଗତ ଅକ୍ଟୋବର ୨ ତାରିଖ ରାତିରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଚଢ଼ାଉ କରି ଗିରଫ କରିଥିଲା ଏନ୍‌ସିବି । ତାଙ୍କ ସହିତ ଆଉ ୭ ଜଣ ମଧ୍ୟ ଗିରଫ ହୋଇଥିଲେ ଇ ଦୀର୍ଘ ୨୭ ଦିନ ଜେଲରେ ରହିବା ପରେ ଆର୍ଯ୍ୟନକୁ ବେଲ ମିଳିଥିଲା । ଏହା ପରେ ଏକ ଲାଞ୍ଚ କାରବାର ମାମଲାରେ ମୁମ୍ବାଇ ଏନସିବି ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖେଡେ ବିବାଦୀୟ ହୋଇପଡିଥିଲେ ଇ ପରେ ଏହା ଏକ ମିଥ୍ୟା ଆରୋପ ବୋଲି ଜଣାପଡିଥିଲା I

Comments (0)
Add Comment