ସକାଳୁ ପିଅନ୍ତୁ ତମ୍ବା ପାତ୍ରରେ ପାଣି

ଆଜିକାଲିର ଆଧୁନିକ ଜୀବନଶୈଳୀ ଆପଣେଇ ଲୋକେ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା କାଠିକର ପାଠ ସାବ୍ୟସ୍ତ ହୋଇଯାଇଛି ।  ସାରା ଦିନ ସତେଜ ରହିବାକୁ ହେଲେ ଦିନର ଆରମ୍ଭକୁ ଭଲରେ କରିବାକୁ ହେବ । ସକାଳକୁ ସତେଜ କରିବାକୁ ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ହୋଇଥାଏ । ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ । ଏହି ପାଣିରେ ତମ୍ବା ଆୟନ ଚାର୍ଜ ହୋଇଯାଇଥାଏ । ତମ୍ବା ଅଣୁଜୀବ ନିରୋଧୀ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଫଳରେ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିବା ସହିତ ଯୁବ ସୁଲଭ ଠାଣି ବଜାୟ ରହିଥାଏ । ଅଭ୍ୟାସ କରି ନିୟମିତ ଏହାକୁ ପିଇଲେ ଶରୀର ମଧ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ କ୍ଷତ ମଧ୍ୟ ଶୁଖିଯାଏ । ଫଳରେ ତମ୍ବା ପାତ୍ରରେ ପାଣି ପିଇଲେ ଅନେକ ପରିମାଣରେ ଲାଭ ହୋଇଥାଏ।