ଡିଆରଡିଓ କଲା କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

କରୋନା ମହାମାରୀ କବଳରୁ ଦେଶ ମୁକ୍ତି ପାଉ ନ ଥିବା ବେଳେ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ପାଦେ ପାଦେ ଆଗେଇ ଚାଲିଛି I ଚାନ୍ଦିପୁର ଡିଆରଡିଓ ଡ଼.ଅବଦୁଲ କାଲାମ ଦ୍ବୀପ ରୁ ବୁଧବାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ ରସଫଳ ପରୀକ୍ଷଣ କରାଯାଇଛି I କ୍ଷେପଣାସ୍ତ୍ର ‘ପ୍ରଳୟ’ର ଶତ୍ରୁ ଵିଧ୍ଵଂସକାରୀ ଶକ୍ତି ୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି | ଏହା ଏକ ଭୂପୃଷ୍ଠରୁ ଭୂପୃଷ୍ଠ କୁ ଗତି କରି ଵିଧ୍ଵଂସ କରୁଥିବା କ୍ଷେପଣାସ୍ତ୍ର, ଯାହାର ଲମ୍ବ ୧୦ ମିଟର ଓଜନ ପ୍ରାୟ ୫ ଟନ୍ ସହିତ ସମାନ Iଡିଆରଡିଓ ଅନୁଯାୟୀ, ‘ପ୍ରଳୟ’ କ୍ଷେପଣାସ୍ତ୍ରର ବିଶେଷ ଗୁଣ ହେଉଛି ଯେ ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିବା ସମୟରେ ସଫଳତାର ସହ ଲକ୍ଷ୍ୟ ଭେଦ କରି ଶତ୍ରୁକୁ ପଅରଜିତ କରିଥାଏ I

Comments (0)
Add Comment