ରାଷ୍ଟ୍ରପତି ପଦ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ ,ସମର୍ଥନ ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଆଜି ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଓଡିଶା ର ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବେ । ସଂସଦ ଭବନରେ ଦିନ ୧୨ଟା ସମୟରେ ନିଜର ବିଜେପି ସମର୍ଥକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ I ତେବେ ନାମାଙ୍କନ ପତ୍ରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ସମିଲ ରହିବେ । ତାହା ଛଡ଼ା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଭରିବା ସମୟରେ ଉପସ୍ଥିତ ରହିବେ । ଖାଲି ସେତିକି ନୁହେଁ ଦ୍ରୌପଦୀଙ୍କ ପାଇଁ ଓଡ଼ିଶାରୁ ୧୦ ବି​‌ଜେପି ବିଧାୟକ ଏଥିରେ ଉପସ୍ଥିତ ରହିବେ । ଏହାବାଦ ବିଜେପି ଓ ଏହାର ସହଯୋଗୀ ଦଳର ଅନେକ ନେତା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ତେବେ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଦଳ ୱାଇଏସ୍‌ଆର କଂଗ୍ରେସ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବ। ଜଗନ ମୋହନଙ୍କ ଦଳ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକଙ୍କ ବିକାଶ ଉପରେ ଫୋକସ କରି ଆସିଛି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ୱାଇଏସ୍‌ଆର କଂଗ୍ରେସ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ ଜଗନ ମୋହନ ରେଡ୍ଡୀ କହିଛନ୍ତି।