କରୋନା ଠାରୁ ଦୁଇଗୁଣ ଅଧିକ ବିପଜ୍ଜନକ ‘ଫ୍ଲୋରୋନା’,ଜାଣନ୍ତୁ ଲକ୍ଷଣ

କରନା ଠାରୁ ଦୁଇ ଗୁଣ ଶକ୍ତିଶାଳୀ ହୋଇ ପୁଣି ଉଭା ହେଲେଣି ‘ଫ୍ଲୋରୋନା’ Iଦୀର୍ଘ ଦୁଇ ବର୍ଷ ଧରି କରୋନାଭାଇରସ୍ କବଳରୁ ସାରା ବିଶ୍ୱକୁ ମୁକ୍ତି ମିଳି ନ ଥିବା ବେଳେ ପୁଣି ଏକ ନୂଆ ସଙ୍କଟ ରୂପରେ ‘ଫ୍ଲୋରୋନା’ ନାମକ ଏକ ନୂତନ ରୋଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ ଏହା ଇସ୍ରାଏଲରେ ଡିସେମ୍ବର ୩୧ ରେ ଏହି ମାମଲା ରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ I ଯଦିଓ ଏହା କରୋନା ପ୍ରଜାତି ର ନୁହେଁ କିନ୍ତୁ ଏହା ବିଶ୍ୱାସ କରାଯାଏ ଯେ ଏହା କୋଭିଡ୍ -୧୯ ଠାରୁ ଦୁଇଗୁଣ ବିପଜ୍ଜନକ I

ଫ୍ଲୋରୋନା କ’ଣ?
ୱେବସାଇଟ୍ DNA ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫ୍ଲୋରାନା ରେ କରୋନାଭାଇରସ୍ ଏବଂ ଇନ୍‌ଫ୍ଲୁଏଞ୍ଜା ମିଶ୍ରଣ ରେ ସଂକ୍ରମଣ ହୁଏ I ଏବଂ ଏହି ସଂକ୍ରମଣ ଶରୀର କୁ ଦୁଇଥର ସଂକ୍ରମିତ କରିଥାଏ I ପ୍ରଥମେ ଇସ୍ରାଏଲରେ, ଜଣେ ଗର୍ଭବତୀ ମହିଳାଙ୍କଠାରେ ଫ୍ଲୋରନା ଭୁତାଣୁ ଚିହ୍ନଟ ହୋଇଥିଲା,ଯେତେବେଳେ କି ସେ ଶିଶୁର ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ Iକୁହାଯାଉଛି ଯେ ଏହି ମହିଳା ଏପର୍ଯ୍ୟନ୍ତ କରୋନା ଟିକା ନେଇ ନ ଥିଲେ । ତେଣୁ ଫ୍ଲୋରୋନା ଭୁତାଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ଜଲଦି ଆକ୍ରମଣ କରିଥାଏ I
ଯଦିଓ ଫ୍ଲୋରୋନା ଉପରେ ବୈଜ୍ଞାନିକମାନଙ୍କ ଅନୁସନ୍ଧାନ ଜାରି ରହିଛି I କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନରେ ଫ୍ଲୋରୋନାର କିଛି ଲକ୍ଷଣ ଦେଖିବାକୁ ମିଳିଛି I
ଫ୍ଲୋରୋନାର ଲକ୍ଷଣ ହେଉଛି ଜ୍ୱର, ଶରୀରରେ ଯନ୍ତ୍ରଣା, କାଶ, ଥଣ୍ଡା, ଗଳା ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ , ଥକାପଣ, ମୁଣ୍ଡବିନ୍ଧା, ବାନ୍ତି, ଡାଇରିଆ ଏବଂ ଚର୍ମ ରେ ଚକଡା ଦାଗ I
ସୂଚନାଯୋଗ୍ୟ ଯେ ଫ୍ଲୋରୋନା କରୋନା ଭୁତାଣୁର ଏକ ନୂତନ ପ୍ରକାର ନୁହେଁ, ତେଣୁ ଅଧିକ ଚିନ୍ତା ନ କରି କେବଳ ସାବଧାନ ରହିବା ସହ ଫେସ୍ ମାସ୍କ , ହାତକୁ ପରିଷ୍କାର ଏବଂ ସାମାଜିକ ଦୂରତାକୁ ଅନୁସରଣ ତଥା ପୂର୍ବ ଭଳି କୋଭିଡ ଗାଇଡ଼ ଲାଇନ କୁ କଡାକଡି କରିବା ଆବଶ୍ୟକ I ତେବେ ଜଣା ଯାଇଛି ମହାମାରୀଙ୍କୁ ଏଡ଼ାଇବା ପାଇଁ ଟୀକାକରଣ ହିଁ ଏକ ମାତ୍ର ପ୍ରମୁଖ ଅସ୍ତ୍ର ଇ ଟୀକା ନେଇ ନଥିବା ବ୍ୟକ୍ତି ହିଁ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି I ସେଥିପାଇଁ ଭାରତରେ ଟୀକାକରଣ ର ଗୁରୁତ୍ତ୍ୱକୁ ଉପଲବ୍ଧି କରି ଆଜିଠୁଁ କିଶୋର ମାନଙ୍କର ଟୀକାକରଣ ଆରମ୍ଭ କରାଯାଇଛି I

Comments (0)
Add Comment