ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ଜେପି ନଡ୍ଡା

ଭୁବନେଶ୍ୱର:  ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ଭୁବନେଶ୍ୱରରେ ମେଗା ରୋଡ ଶୋ’ କରି କିଛି ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେଡି ସରକାରକୁ ଟାର୍ଗେଟ କରିବା ସହ ନଡ୍ଡା କହିଛନ୍ତି, ଓଡ଼ିଶାରେ ସମସ୍ତ ଲୋକସଭା ଆସନ ବିଜେପି ଜିତୁଛି । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି । ସେହିଭଳି ବିଧାନସଭା ନିର୍ବାଚନକୁ ନେଇ ନଡ୍ଡା କହିଛନ୍ତି, ଓଡ଼ିଶାର ଲୋକ ଏଥର ବିଜେପି ସରକାର ଦେଖିବାକୁ ଚାହୁଁଛନ୍ତି । ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକ ଆରାମ ଦେବାକୁ ଚାହୁଁଛନ୍ତି । ଜଣେ ସୁସ୍ଥ, ସକ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶାବାସୀ । ଯିଏ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ । ଓଡ଼ିଶାରେ ଯେଉଁ ଅଫିସର ରାଜ ଚାଲିଛି ତାହାକୁ ଶେଷ କରିବୁ । ଓଡ଼ିଶା ଲୋକଙ୍କ ମୁଡକୁ ବିଜେପି ବହୁ ମାସ ଆଗରୁ ପରଖି ସାରିଛି । ତେଣୁ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ଜେପି ନଡ୍ଡା ।