ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି। ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ତେଲେଙ୍ଗାନାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ତେଲେଙ୍ଗାନାର ଚୋପାଦାଣ୍ଡିରେ ନିଜର ଅଭିଯାନ ସମୟରେ ଦୋସା ତିଆରି କରୁଥିବା ଦେଖିବାକୁ ମିଳିଛି । ଯାହାର ଫଠୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

ତେବେ କଂଗ୍ରେସ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଦୋସା ତିଆରି ତିଆରି କରୁଥିବା ଦେଖିବାକୁ ମିଳିଛି । ତେବେ ରାହୁଲ ଗାନ୍ଧୀ ହଠାତ୍ ଏଭଳି ଦୋକାନରେ ପହଞ୍ଚିବା ପ୍ରଥମ ଘଟଣା ନୁହେଁ। ସେ ଗତ କିଛି ଦିନ ହେବ ଏପରି କିଛି ଭିନ୍ନ ଭିନ୍ନ ହରକତ କରୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ସେ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେଲେଙ୍ଗାନାର ଜଗତିୟାଲରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ବିଜେପି ବିରୋଧରେ ଲଢିବାକୁ ପ୍ରତିଶ୍ରୁତିବଦ୍ଧ।

ଏହି ଅବସରରେ ରାହୁଲ କହିଛନ୍ତି ଯେ, ତାଙ୍କ ବିରୋଧରେ ୨୫-୩୦ ମାମଲା ରୁଜୁ ହୋଇଛି ଏବଂ ତାଙ୍କ ଲୋକସଭା ସଦସ୍ୟତାକୁ ମଧ୍ୟ ରଦ୍ଦ କରାଯାଇଛି। ଏହା ସତ୍ତ୍ବେ ସେ କେବେ ହାର ମାନିନାହାନ୍ତି । ସେ କହିଛନ୍ତି ଯେ, ତାଙ୍କୁ କୌଣସି ଘରର ଆବଶ୍ୟକତା ନାହିଁ, କାରଣ ସମଗ୍ର ଭାରତ ତାଙ୍କ ଘର। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ତେଲେଙ୍ଗାନାର ଲୋକମାନେ ଜନଅଧାକାର ଚାହୁଁଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ପରିବାରର ଶାସନ ଚଳାଉଛନ୍ତି। ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଏହା ଲୋକମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଅଧିକ ଅଧିକାର ଦେବ ।