ରନୱେରେ ଲ୍ୟାଣ୍ଡ କରିବା ପରେ ଖୋଲିଲାନି ଡୋର୍, ୪୫ ମିନିଟ୍ ପର୍ଯ୍ୟନ୍ତ ଫସିଗଲେ ଯାତ୍ରୀ

ରାୟପୁରରୁ ଦିଲ୍ଲୀକୁ ପହଞ୍ଚିଥିବା ଇଣ୍ଡିଗୋ ବିମାନ ଦିଲ୍ଲୀ ଏୟାରପୋର୍ଟ ରନୱେରେ ଅବତରଣ କରିବା ପରେ ବିମାନର ଡୋର୍ ଖୋଲି ନଥିଲା । ଯାହା ଫଳରେ ଯାତ୍ରୀ ମାନଙ୍କୁ ବିମାନ ଭିତରେ ୪୫ ମିନିଟ୍ ପର୍ୟ୍ୟନ୍ତ ବନ୍ଦ ହୋଇ ରହିଯାଇଥିଲେ । ଯାହା ଦ୍ୱାରା କି ବିମାନ ଭିତରେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥିଲେ ଯାତ୍ରୀ ମାନେ ଏମିତିକି ଗେଟ୍ ନଖୋଲିବା କାରଣରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ହେଲେ ଏବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ବିମାନ ସେବା କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ରବିବାର ଦିନ ବିଳମ୍ବିତ ରାତିରେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିବା ଏକ ବିମାନରେ ଯାତ୍ରୀଙ୍କୁ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଫସି ରହିବାକୁ ପଡ଼ିଥିଲା । ବିମାନରେ ଥିବା ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ମୁଖପାତ୍ର ବିନୋଦ ବନସାଲ ମଧ୍ୟ ଟ୍ୱିଟରରେ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Comments (0)
Add Comment