ଭୁଲରେ ମଧ୍ୟ ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଅସନ୍ତୁଷ୍ଟ ହୋଇଥାନ୍ତି ମା’ ଲକ୍ଷ୍ମୀ

ବାସ୍ତୁ ଶାସ୍ତ୍ରରେ ବହୁତ ଗୁଡ଼ିଏ ଜିନିଷକୁ ବ୍ୟବହାର ବେଳେ ବାରଣ କରାଯାଇଛି । ଯାହାକି ଆମ ଦୈନନ୍ଦିନ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଏହା ଆମର ଆର୍ଥିକ ଦିଗ ପ୍ରତି ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଦେଖାଯାଇଛି ଯେ ଲୋକେ ପର୍ସରେ ଟଙ୍କା ବ୍ୟତୀତ ଅନେକ କିଛି ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଜିନିଷକୁ ପର୍ସରେ ରଖିବାକୁ ବାରଣ କରାଯାଇଛି । ଏହାକୁ ରଖିବା ଦ୍ୱାରା ଧନହାନିର ସାମନା କରିବାକୁ ପଡ଼ିଥାଏ । ମା’ଲକ୍ଷ୍ମୀ ମଧ୍ୟ କୋପ କରିଥାନ୍ତି । ଆସନ୍ତୁ ଜାଣିବା କ’ଣ ଏହି ସବୁ ଜିନିଷ ।

  • କଟା-ଫଟା ପର୍ସ କେବେ ବି ପାଖରେ ରଖନ୍ତୁ ନାହିଁ । ଏହା ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ ।
  • ପର୍ସରେ ଟଙ୍କାକୁ ଅତି ଖରାପ ଭାବେ ମୋଡି କରି ରଖିଥାନ୍ତି । ଏମିତି କରିବାକୁ ବାରଣ କରାଯାଇଛି ।
  • କୌଣସି ପୁରୁଣା ବିଲ କିମ୍ବା ଚିଠା ପର୍ସରେ ରଖନ୍ତୁ ନାହିଁ । ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ଆର୍ଥିକ ସଂକଟ ଆଣିଥାଏ ।
  • ପର୍ସରେ ଭୁଲରେ ବି ଏମିତି ଫଟୋ ରଖନ୍ତୁ ନାହିଁ । ଯେଉଁଥିରେ ରାଗ, ଇର୍ଷା, ବିରୋଧ ପ୍ରଭାବ ନଜର ଆସିଥାଏ ।
  • ପର୍ସରେ ଭଗବାନଙ୍କ ଫଟୋ ରଖନ୍ତୁ ନାହିଁ । କାରଣ ପର୍ସକୁ ସବୁ ଯାଗାକୁ ନିଆଯାଇଥାଏ । କେବେ କେବେ ଖରାପ ହାତରେ ମଧ୍ୟ ପର୍ସକୁ ଛୁଇଁବାକୁ ପଡ଼ିଥାଏ । କୁହାଯାଏ ଏଥିରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଫଳରେ କରଜ ବଢ଼ିଥାଏ ।
  • ବେଳେ ବେଳେ ଲୋକେ ପର୍ସରେ ଚାବି ରଖିଥାନ୍ତି, ଏହା ବାସ୍ତୁ ଅନୁସାରେ ଠିକ ନୁହେଁ । ଏହାଦ୍ୱାରା ଟଙ୍କାର ଅଭାବକୁ ସାମନା କରିବାକୁ ପଡ଼ିଥାଏ
  • ଯଦି ପାରୁଛନ୍ତି ପର୍ସ ରେ ଯେଉଁ ଚେନ ରେ ଟଙ୍କା ରଖୁଛନ୍ତି ସେଠାରେ କାଗଜ ରେ ଗୁଡ଼ାଇ ଅଳ୍ପ ଅକ୍ଷତ ରଖନ୍ତୁ I ଏହା ଶୁଭ ଫଳ ଦେବା ସହିତ ଅଯଥା ଖର୍ଚ୍ଚାରୁ ମୁକ୍ତି ଦେଇଥାଏ I
  • ଏହା ସହ ପର୍ସ ରେ ଛୋଟ ରୁପାର କଏନ ରଖନ୍ତୁ ,ଧନ ସମ୍ପତି ବୃଦ୍ଧି ହେବ I