ଘରେ କରନ୍ତୁ ନାହିଁ ଏହି କାମ ମାତାଲକ୍ଷ୍ମୀ ହୋଇପାରନ୍ତି ଅସନ୍ତୁଷ୍ଟ

ଆମେ ମାନେ ମାସ ମାସ ଧରି କଠିନ ପରିଶ୍ରମ ସତ୍ତ୍ୱେ ମଧ୍ୟ ଯଦି ଆର୍ଥିକ ପରିସ୍ଥିତିରେ ସୁଧାର ନ ଆସେ କିମ୍ବା ଏକ ମାସ ପାଇଁ କଠିନ ଦାରିଦ୍ର୍ୟ ଦୂର କରିବାର ସଫଳ ନ ତେବେ ମାନସିକ ଅଶାନ୍ତି ଭିତରେ ରହୁ ଇ ଏହି ପରିସ୍ଥିତିରୁ କିଛି ଉପାୟ ଆପଣାନ୍ତୁ :

ଧାର୍ମିକ ଶାସ୍ତ୍ର ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କ କୃପା ନ ହେଲେ ବ୍ୟକ୍ତିଙ୍କର କୌଣସି ପ୍ରକାରେ ଆର୍ଥିକ ଉନ୍ନତି ହୋଇ ପରେ ନାହିଁ । ଯଦି ବ୍ୟକ୍ତି ନିଜର ଭୁଲ କାର୍ଯ୍ୟ କରିବାରୁ ନିବୃତ ନ ହେବେ , ତେବେ ଦାରିଦ୍ର୍ୟ ସେହି ଘରେ ବିରାଜ ମାନ କରିବାକୁ ଲାଗେ I ସେହି ପରିବାରକୁ ଦାରିଦ୍ର୍ୟ ଦୂର କରିବା ପାଇଁ ପ୍ରତିକାରର ସମ୍ମୁଖୀନ ହେବାକୁ ପଡିବ | ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ସେହି ଜିନିଷଗୁଡ଼ିକ କ’ଣ, ଯାହା ଆମ ମାନଙ୍କ ଦ୍ୱାରା କରାଯାଇଥାଏ I

ସକାଳେ ଜଲ୍ଦି ଉଠିବା

ରାତିରେ ଶୋଇବା ଏବଂ ସକାଳେ ଉଠିବା ସନାତନ ଧର୍ମରେ ସର୍ବୋତ୍ତମ ବୋଲି କୁହାଯାଏ I ଦୀର୍ଘ ସମୟ ଶୋଇବା ହେତୁ ଜଣେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟ ବିଳମ୍ବ ହୁଏ, ଯାହା ତାଙ୍କର ଦିନ ସାରା ର କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ I ଏହିପରି ଲୋକଙ୍କୁ ଜୀବନରେ ଆର୍ଥିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ ଏବଂ ଅଶାନ୍ତି ସେହି ଘରେ ସ୍ଥାୟୀ ସ୍ଥାନ ନେଇଥାଏ ଇ

ଘର ର ବଡ଼ ମାନଙ୍କୁ ସମ୍ମାନ କରନ୍ତୁ :

ପରିବାରର ବଡ଼ ମାନେ ହେଉଛନ୍ତି ଘରର ପ୍ରକୃତ ମୂଳଦୁଆ I ଯେଉଁ ଘରେ ଘରର ବଡ଼ ମାନଙ୍କୁ ଅପମାନିତ କରାଯାଇଥାଏ ମାତା ଲକ୍ଷ୍ମୀ ଙ୍କ କୃପା ମୋଟେ ସେହି ଘରେ ପଡେ ନାହିଁ ଦୈନନ୍ଦିନ କଳହ ରେ ଘରୁ ଲକ୍ଷ୍ମୀ ଛାଡି ଯାନ୍ତି I
ତେଣୁ ସର୍ବଦା ଘରେ ଗୁରୁଜନ ମାନଙ୍କୁ ଭକ୍ତି କରନ୍ତୁ ଏବଂ ଯଥାସମ୍ଭବ ସେମାନଙ୍କୁ ସେବା କରିବାକୁ ଚେଷ୍ଟା କରନ୍ତୁ , ମନେରଖନ୍ତୁ, ଯେଉଁ ଦିନ ଆପଣଙ୍କ ହେତୁ ସେମାନଙ୍କ ଆଖିରୁ ଲୁହ ପଡିଲା, ଆପଣଙ୍କର ଦାରିଦ୍ର୍ୟତା ସେହି ଦିନଠାରୁ ଆରମ୍ଭ ହୋଇପାରେ I

ଅସାଧୁ ଉପାୟରେ ଧନ ଅର୍ଜନ କରନ୍ତୁ ନାହିଁ

କମ୍ ସମୟରେ ଧନୀ ହେବାକୁ, ଆଜିକାଲି ଅନେକ ଲୋକ ଯେ କୌଣସି ପ୍ରକାର ଅସତ ଉପାୟରେରୁ ଟଙ୍କା ରୋଜଗାର କରିବାକୁ ପଛାନ୍ତି ନାହିଁ I ଏଥିପାଇଁ ସେମାନେ ଗରିବ ଲୋକଙ୍କୁ ଅନେକ ଥର ହଇରାଣ କରିବା ଏବଂ ଶୋଷଣ କରିବା ବନ୍ଦ କରନ୍ତି ନାହିଁ ଇ କାରଣ ଯେ କୌଣସି ଉପାୟରେ ଆର୍ଥ ରୋଜଗାର କରି ବଡ଼ ଲୋକ ହେବ ନିଶା ଘାରିଥାଏ ଇ ତେଣୁ ସର୍ବଦା ମନେ ରଖନ୍ତୁ ଆପଣ ଯେଉଁ ମାନଙ୍କ ଠାରୁ ଅର୍ଥ ଆଦାୟ କରିଛନ୍ତି ,ସେହି ଅର୍ଥ ସେମାନେ ଅସନ୍ତୁଷ୍ଟ ରେ ଦେଇଛନ୍ତି ,ତେଣୁ ଆପଣ ଆଣିଥିବା ଅର୍ଥ ସହିତ ତାଙ୍କ ଆଶାନ୍ତି କୁ ବି ଘରକୁ ନେଇ ଆସିଛନ୍ତି ଇ ତେଣୁ ଆପଣ ଙ୍କ ଘରେ ସର୍ବଦା ଅଶାନ୍ତି ଲାଗି ରହିବ ଇ ଏବଂ ଅଶାନ୍ତି ଲାଗି ରହୁଥିବା ଘରେ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ଇ ସେଥିପାଇଁ ଶୀଘ୍ର ଏହି ଟଙ୍କା ନଷ୍ଟ ହୋଇଯାଏ I ତେଣୁ, ଏପରି ଭୁଲ କାର୍ଯ୍ୟ କଳାପ କରିବା ପରିବର୍ତ୍ତେ, ଆପଣ ଙ୍କ କଠିନ ପରିଶ୍ରମ ଆପଣଙ୍କୁ ସଫଳ କରିବ I ସତ କହିବାକୁ ଗଲେ, ଆପଣ କମ୍ ଟଙ୍କା ପାଇପାରନ୍ତି, କିନ୍ତୁ ଏହା ସ୍ଥାୟୀ ରହିବ I

ଜରୁରତ ମନ୍ଦ ଙ୍କ ପାଇଁ ଦାନ କରନ୍ତୁ

ସନାତନ ଧର୍ମରେ ଦାନ ଦେବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି | କେବଳ ପର୍ବ ପର୍ବାଣି ନୁହେ ସମୟ ସମୟରେ ଅସହାୟ ଲୋକଙ୍କୁ ଦାନ କରିବାର ଦେଶରେ ଏକ ପ୍ରାଚୀନ ପରମ୍ପରା ରହିଆସିଛି | ଏପରି ପରିସ୍ଥିତିରେ, ଯଦି କୌଣସି ଅଭାବୀ କିମ୍ବା ଭିକାରୀ ଆପଣଙ୍କଠାରୁ ସାହାଯ୍ୟ ମାଗନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରନ୍ତୁ | ଯଦି ଆପଣ ସାହାଯ୍ୟ କରିବା ସ୍ଥିତିରେ ନାହାଁନ୍ତି, ଅନ୍ତତ ପକ୍ଷେ ତାଙ୍କୁ ଅସମ୍ମାନ କରନ୍ତୁ ନାହିଁ | କୌଣସି ଅଭାବୀ ବ୍ୟକ୍ତିଙ୍କ ସହିତ ଅସଦାଚରଣ ହେତୁ ଭଗବାନ କ୍ରୋଧିତ ହୁଅନ୍ତି ଏବଂ ମାତା ଲକ୍ଷ୍ମୀ ମଧ୍ୟ ଏହିପରି ଅହଂକାରୀ ଲୋକଙ୍କ ଘରୁ ବାହାରି ଯାଆନ୍ତି ଇ ଦାନ ନେବାକୁ ଆସିଥିବା ବ୍ୟକ୍ତି ଆପଣଂକ ଠାରୁ ଦାନ ପାଇ ଆନ୍ତରିକ ଭାବରେ ଯେଉଁ ଖୁସି ପାଆନ୍ତି,ତାହା ଆପଣଙ୍କ ପାଇଁ ବରଦାନ ସଦୃଶ ସେ ଆପଣଙ୍କୁ ଆନ୍ତରିକ ଆଶୀର୍ବାଦ ଦେଇ ଯାଇ ଥାନ୍ତି ଯାହାକି ବ୍ୟକ୍ତି ଙ୍କୁ ଆଗକୁ ନେଇଥାଏ I

ଘରେ ଭାଷାର ସଂଯମତା ରକ୍ଷା କରନ୍ତୁ

ସ୍ୱାମୀ ଏବଂ ସ୍ତ୍ରୀ ସଂସାର ରୂପକ ଗାଡି ର ଦୁଇଟି ଚକ, ଯାହାକୁ ଜୀବନସାରା ପାରସ୍ପରିକ ସନ୍ତୁଳନ ରକ୍ଷା କରି ଜୀବନରେ ଆଗକୁ ବଢ଼ୀ ବାକୁ ପଡିବ | ଏପରି ପରିସ୍ଥିତିରେ, ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ହୁଏ ଏବଂ ପରସ୍ପର ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥାଏ | ସେଠାରେ, ଦାରିଦ୍ର୍ୟତା ଆସିବାକୁ ଅଧିକ ସମୟ ଲାଗେ ନାହିଁ | ମାତା ଲକ୍ଷ୍ମୀ ଏପରି ଘରେ ରହନ୍ତି ନାହିଁ, ଯେଉଁଠାରେ ପରିବାର ସଦସ୍ୟ ପରସ୍ପର ସହିତ ଝଗଡା କରିବାରେ ବ୍ୟସ୍ତ ଥାନ୍ତି Iଏପରି ପରିସ୍ଥିତିରେ, ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କୁ ଖୁସି ରଖିବାକୁ ଚାହାଁନ୍ତି, ତେବେ ଘରେ ଭୁଲି ମଧ୍ୟ କାହାକୁ ଅପମାନ ଜଣକ ଭାଷା କୁହନ୍ତୁ ନାହିଁ I

ଏହା ସହିତ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ I ସକାଳେ ଘର ପୋଛI ସରିଲା ପରେ ,ଏକ ପାତ୍ରରେ ଅଳ୍ପ ଗଙ୍ଗାଜଳ ସହିତ ହଳଦୀ ,ଯଦି ସମ୍ଭବ ହୁଏ ଅଳ୍ପ ଗୋବର ମିଶାଇ ଘରେ ଛିଞ୍ଚନ୍ତୁ I ଏହା କରିବା ଦ୍ୱାରା ଘରେ ଜୀବାଣୁ ମାରିବା ସହିତ ଘରୁ ନ କାରାତ୍ମକ ଶକ୍ତି ର ପରାଭବ କମିବ ଏବଂ ଏକ ପବିତ୍ର ବାତାବରଣ ସୃଷ୍ଟି ହେବ I ସକାଳେ ସନ୍ଧ୍ୟା ଘରେ ଧୂପ ଦୀପ ନିୟମିତ ଜଳାନ୍ତୁ I ଏହା ସହିତ ଘରେ କୌଣସି ଠାକୁରଙ୍କ ଭଜନ ଲଗାନ୍ତୁ ମନ ପ୍ରଫୁଲ୍ଲ ରହିବ I

Comments (0)
Add Comment