ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରି କଳା ବ୍ୟାଜ ପିନ୍ଧି ଓପିଡିରେ ରୋଗୀ ଦେଖୁଛନ୍ତି ଜୁନିଅର ଡାକ୍ତର। ଏହା ସହିତ ଜୁନିୟର ଡାକ୍ତର ସଂଘ ଚେତାବନୀ ଦେଇଛି, ସରକାର ଡାକ୍ତରମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାନ୍ତୁ। ନ ହେଲେ ଓପିଡି ସେବା ବନ୍ଦ କରିବ ସଙ୍ଘ। ଏହି ଘଟଣାକୁ ନେଇ ସୁପରଟେଣ୍ଡେଣ୍ଟଙ୍କୁ ଭେଟିବ ସଂଘ। ରୋଗୀ ସେବା ନେଇ ଜେନେରାଲ ବଡି ମିଟିଂରେ ଆଲୋଚନା ବି ହେବ। କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ ପ୍ରତିବାଦ କରାଯିବ ବୋଲି କହିଛି ଜୁନିୟର ଡାକ୍ତର ସଂଘ। ଗତକାଲି ରୋଗୀ ସେବାକୁ ନେଇ କିଛି ଯୁବକ କ୍ୟାପିଟାଲ ହସପିଟାଲର ଡାକ୍ତରଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ସେପଟେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟି ବୁଝାସୁଝା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ଵଥି। ସେ କହିଛନ୍ତି ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଯତ୍ନବାନ ଅଛୁ। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ସବୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ l