ସୋମବାର କରନ୍ତୁ ଏହି ବିଶେଷ ଉପାୟ

ସୋମବାର ଦିନ ଆପଣ ଏହି ବିଶେଷ ଉପାୟ କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆସିବ ଏବଂ ଆସୁଥିବା ଅସୁବିଧା ଦୂର ହେବ

ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଲୋକ ସୋମବାର ଉପବାସ ରଖନ୍ତି I ଏହା ବ୍ୟତୀତ ସୋମବାରର କିଛି ବିଶେଷ ବିଧିବିଧାନ କଲେ ମଧ୍ୟ ଶିବଙ୍କ ଆଶୀର୍ବାଦ ପାଇଁ ପାରିବେ I
ଶିବଙ୍କ ପୂଜା ପାଇଁ ସୋମବାର ଏକ ବିଶେଷ ଦିନ I ଧାର୍ମିକ ବିଶ୍ୱାସ ରହିଛି ଯେ ଏହି ଦିନ ପ୍ରଭୁ ଭୋଲେନାଥଙ୍କ ର ମଧ୍ୟ ପ୍ରିୟ ଅଟେ I କୁହାଯାଏ ଯେ ଭୋଲେନାଥ ଭକ୍ତଙ୍କ ଇଚ୍ଛାକୁ ଖୁବ୍ ଶୀଘ୍ର ପୂରଣ କରନ୍ତି I ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଲୋକ ସୋମବାର ଉପବାସ ମଧ୍ୟ କରନ୍ତି I ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଦିନ ବିଶେଷ ବିଧି ବିଧାନ ମଧ୍ୟ କରାଯାଇଥାଏ I ଆମେ ଏପରି କିଛି ବିଶେଷ ବିଧିବିଧାନ ବିଷୟରେ କହୁଛୁ , ଯାହା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ଅକାଳ ମୃତ୍ୟୁ ବିପଦକୁ ମଧ୍ୟ ଏଡାଇଥାଏ I
ସୋମବାରର ସ୍ୱତନ୍ତ୍ର ବିଧିବିଧାନ
ସୋମବାର ଦିନ ବୃଷଭ ନନ୍ଦୀ କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ I ଏହା ସୁଖ ଏବଂ ସମୃଦ୍ଧତା ବଢାଇଥାଏ I ଏହା ସହିତ ଅର୍ଥ ସମ୍ବନ୍ଧୀୟ ମଧ୍ୟ ସମସ୍ୟା ଦୂର ହୋଇଯାଏ I

ସୋମବାର ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର 1008 ଥର ଜପ କରନ୍ତୁ I ଶିବଙ୍କ ରୁଦ୍ରବିଷେକ ମଧ୍ୟ କରନ୍ତୁ I ଏହା କରିବା ଦ୍ୱାରା ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ, ଯେଉଁ କାରଣରୁ ଅକାଳ ମୃତ୍ୟୁ ହେବାର ଆଶଙ୍କା ଦୂର ହୁଏ I

ସୋମବାର ଦିନ ଶିବଙ୍କୁ ତିଳ ଏବଂ ଯଅ ଅର୍ପଣ କରନ୍ତୁ I ଏହା ପାପରୁ ମୁକ୍ତି ଦେଇଥାଏ ଏହା ସହିତ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ I

ସନ୍ତାନ ପ୍ରାପ୍ତି ପାଇଁ, ସୋମବାର ଦିନ ମଇଦା ରେ ୧୧ ଟି ଶିବଲିଙ୍ଗ ପ୍ରସ୍ତୁତ କରନ୍ତୁ I ଏହା ପରେ ଏହାକୁ ୧୧ ଥର ଅଭିଷେକ କରନ୍ତୁ I

ସୋମବାର,ଦିନ ଘରେ ପାରଦ ର ଶିଭଲିଙ୍ଗ ଆଣି ପ୍ରତିଷ୍ଠା କରନ୍ତୁ ଏବଂ ନିୟମିତ ପୂଜା କରନ୍ତୁ I ଏହା କରିବା ଦ୍ୱାରା ଧନ ଏବଂ ଧନ ସମ୍ବନ୍ଧୀୟ କଷ୍ଟ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ I

ସୋମବାର ଦିନ ଗରିବ ଲୋକଙ୍କୁ ଯଥାସାଧ୍ୟ ଖାଦ୍ୟ ଦିଅନ୍ତୁ I ଏହା ଦ୍ୱାରା ଘରେ ସର୍ବଦା ଦେବୀ ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ ଏବଂ ଘରେ କେବେ ମଧ୍ୟ ଅନ୍ନର ଅଭାବ ରହେ ନାହିଁ I

ଯଦି ଆପଣଙ୍କର କୌଣସି ବିଶେଷ ଇଚ୍ଛା ପୂରଣ କରିବାର ଥାଏ ତେବେ ଆପଣ , ସୋମବାର ଦିନ ୨୧ ବେଲପତ୍ରରେ ଓମ୍ ନମୋ ଶିବାୟ ଲେଖନ୍ତୁ ଏବଂ ଏହାକୁ କୌଣସି ଶିବ ମନ୍ଦିର ଯାଇ ଶିବ ଲିଙ୍ଗ ଉପରେ ଚଢାନ୍ତୁ I

ଯଦି ପରିବାରର କୌଣସି ସଦସ୍ୟ ଗୁରୁତର ଅସୁସ୍ଥ ଅଛନ୍ତି , ତେବେ ସୋମବାର ଦିନ ସେ ଶିବଙ୍କୁ ପଞ୍ଚାମୃତ ରେ ଅଭିଷେକ କରନ୍ତୁ ଏହା ଦ୍ୱାରା ଭଗବାନ ଶିବ ଙ୍କର କୃପା ପ୍ରାପ୍ତ ହୋଇ ରୋଗରୁ ମୁକ୍ତି ମିଳିଥାଏ I

ଦାରିଦ୍ର୍ୟ ଦୂରୀକରଣ ପାଇଁ ସୋମବାର କୌଣସି ଏକ ଶିବ ମନ୍ଦିରରେ ‘ଦରିଦ୍ର ଦହନ ସ୍ତୋତ୍ର ‘ ପାଠ କରନ୍ତୁ I ଏହା ପରେ, ଆଖୁ ରସ ସହିତ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ବହୁତ ଜଲ୍ଦି ଆପଣଙ୍କ ଜୀବନରେ ଦରିଦ୍ରତା ନାଶ ହୋଇ ସୁଖ ସମୃଦ୍ଧି ଆସିବ I

Comments (0)
Add Comment