ଅପରାଜିତା ଫୁଲ ରେ କରନ୍ତୁ ଏହି ପ୍ରଭାବଶାଳୀ ଉପାୟ ,ଆର୍ଥିକ ସମସ୍ୟା ହେବ ଦୂର

ଆପଣ ଯଦି ଅନେକ ପରିଶ୍ରମ ସତ୍ତ୍ୱେ ଆର୍ଥିକ ସଙ୍କଟ ଦେଇ ଗତି କରୁଥାନ୍ତି କିମ୍ବା ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡୁ ନଥାଏ ,ତେବେ ନିରାଶ ହୁଅନ୍ତୁ ନାହିଁ I ଆପଣଙ୍କ ବାଡ଼ି ବଗିଚାରେ ଥିବା ଏହି ଫୁଲ ଆପଣଙ୍କୁ କରିପାରିବ ଆର୍ଥିକ ସଙ୍କଟରୁ ମୁକ୍ତ I ଏହି ଫୁଲ ର କେତୋଟି ପ୍ରଭାବଶାଳୀ ସରଳ ଉପାୟ ବିଷୟରେ ଆସନ୍ତୁ ଜାଣିବା :

ଆର୍ଥିକ ସଙ୍କଟ ଦୂର ପାଇଁ ‘ଅପରାଜିତା ଫୁଲ’ :

ଆପଣଙ୍କ ପାଇଁ ଏହି ସରଳ ଉପାୟ ଟି ହେଉଛି କୌଣସି ସୋମବାର କିମ୍ବା ଶନିବାର ଦିନ ୩ଟି ଅପରାଜିତା ଫୁଲ ନେଇ ନଦୀ ପାଣିରେ ଭସାଇ ଦିଅନ୍ତୁ I ଏହା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ। ଏହି ଉପାୟ ଟି ଲଗାତାର ୩ ସପ୍ତାହ ଯାଏଁ କରନ୍ତୁ ।

ମନ ପସନ୍ଦ ର ଚାକିରୀ ପାଇଁ ‘ଅପରାଜିତା ଫୁଲ’ :

ବାରମ୍ବାର ଶତ ଚେଷ୍ଟା ସତ୍ତ୍ୱେ ଯଦି ଆପଣ ମନ ପସନ୍ଦ ର ଚାକିରୀ ପାଉନ ଥାନ୍ତି ତେବେ ୫ଟି ଅପରାଜିତା ଫୁଲ ସହ ୫ ଖଣ୍ଡ ଫିଟକିରି ନିଜ ଠାକୁର ଘରେ ଥିବା ଠାକୁର ଙ୍କୁ ଅର୍ପଣ କରନ୍ତୁ । ତା ପର ଦିନ ସେହି ଅପରାଜିତା ଫୁଲକୁ ନିଜ ପର୍ସରେ ରଖି ଦିଅନ୍ତୁ। ଇଣ୍ଟରଭ୍ୟୁକୁ ଯିବାବେଳେ ଏହାକୁ ସାଥିରେ ନେଇ ଯାଆନ୍ତୁ। ଏହି ସରଳ ଉପାୟଟି କଲେ ଅବଶ୍ୟ ସଫଳତା ପ୍ରାପ୍ତ ହେବ।

ଘରେ ସୁଖ ଶାନ୍ତି ପାଇଁ ‘ଅପରାଜିତା ଫୁଲ’ :

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଶନିବାର ଦିନ ଶନିଦେବଙ୍କୁ ଅପରାଜିତା ଫୁଲର ମାଳ ଅର୍ପଣ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଏହାଦ୍ୱାରା ଜୀବନରେ ଥିବା ସମସ୍ୟା ଶେଷ ହୋଇଥାଏ। ତାଛଡା ଉନ୍ନତି ଓ ସୁଖଶାନ୍ତି ପାଇଁ ସୋମବାର ଦିନ ଶିବଲିଙ୍ଗରେ ନୀଳ କିମ୍ବା ଧଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ।

ବିବାହ ବିଳମ୍ବ ହେଉଥିଲେ ‘ଅପରାଜିତା ଫୁଲ’ :

ଯଦି ବିବାହ ପ୍ରସ୍ତାବ ଆସୁନାହିଁ କିମ୍ବା ଦାମ୍ପତ୍ୟ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କୌଣସି ନିର୍ଜନ ସ୍ଥାନ କୁ ଯାଇ ପାଞ୍ଚଟି ଅପରାଜିତା ଫୁଲକୁ ମାଟି ତଳେ ପୋତି ଦିଅନ୍ତୁ I ମନେ ରଖନ୍ତୁ ମାଟି ଖୋଲିବା ସମୟରେ କାଠ ର ବାଡ଼ି ବ୍ୟବହାର କରନ୍ତୁ I ଏହି ଉପାୟ ଦ୍ୱାରା , ବିବାହ କିମ୍ବା ଦାମ୍ପତ୍ୟ ଜୀବନ ସହିତ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ I

ମନୋସ୍କାମନା ପୂରଣ ପାଇଁ ‘ଅପରାଜିତା ଫୁଲ’ :

ମନୋସ୍କାମନା ପୂର୍ଣ୍ଣ ପାଇଁ ନୀଳ ରଙ୍ଗର ଅପରାଜିତା ଫୁଲର ମାଳ ତିଆରି କରି କୌଣସି ଦେବୀ, ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ ଦ୍ୱାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି।

Comments (0)
Add Comment