ଖାଇକୁବା ପରେ ଆମ୍ବିଳା ହାକୁଡ଼ି ଆସୁଛି କି କରନ୍ତୁ ଏହି କାର୍ଯ୍ୟ

ଆମ ଭାରତୀୟ ପରିବାରରେ ବାର ମାସେ ତେର ପର୍ବ ଲାଗି ରହିଥାଏ l ସେତେବେଳେ ସମସ୍ତଙ୍କ ଘରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥାଏ l ଯେପରିକି ଅଧିକ ମାତ୍ରାରେ କାକରା, ପୁରୀ, ବରା କିମ୍ବା ଅନ୍ୟାନ୍ୟ ଛଣା ଛାଣି ଖାଦ୍ୟ ପ୍ରସ୍ତୁତ ହୋଇଥାଏ l ଏହାଦ୍ୱାରା ଗ୍ୟାସ, ଏସିଡ଼ିଟି ଇତ୍ୟାଦି ହୋଇ ଆମ୍ବିଳା ହାକୁଡ଼ି ହୋଇଥାଏ l ଏହି ଆମ୍ବିଳ ହାକୁଡ଼ି ଆମକୁ ଅତିଷ୍ଠ କରିଥାଏ l କେବଳ ଏତିକି ନୁହେଁ ତୈଳ ଯୁକ୍ତ ଭୋଜନ ଦ୍ୱାରା ମୋଟାପା, ହାର୍ଟ ଅଟାକ ଓ ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖା ଦେଇଥାଏ l ତେଣୁ ଯଦି ଆପଣ ତୈଳଯୁକ୍ତ ଭୋଜନ ସେବନ କରୁଛନ୍ତି ତେବେ କିଛିଟା ଛୋଟ ଛୋଟ କଥାକୁ ନିହାତି ଧ୍ୟାନ ରେ ରଖିବା ଜରୁରୀ l

  • ସାମାନ୍ୟ ନଖ ଉଷୁମ ପାଣି ସେବନ କରନ୍ତୁ –
    ଅଧିକ ତୈଳଯୁକ୍ତ ଭୋଜନ କରିବା ଦ୍ୱାର ଉଷୁମ ପାଣି ସେବନ କରନ୍ତୁ l ଏହାଦ୍ୱାରା ବଦହଜମି, ଆମ୍ବିଳା ହେକୁଡ଼ି ଓ ପେଟ ଫୁଲିବା ଭଳି ସମସ୍ୟା ଦୁରେଇ ଯାଇଥାଏ l ଉଷୁମ ପାଣି ଦ୍ୱାରା ଡ଼ାଈଜେଷ୍ଟିଭ ସିଷ୍ଟମ ଆକ୍ଟିଭ ହୋଇ ଯାଇଥାଏ ଯାହାଦ୍ୱାରା ଆମକୁ ଆରାମ ମିଳିଥାଏ l ପାଣି ଖାଦ୍ୟକୁ ହଜମ କରିଥାଏ, ଠିକ ଭାବରେ ପାଣି ନପିଇୟିବ ଦ୍ୱାରା ପାଚନ ସମସ୍ୟା ସୃଷ୍ଟି ହୋଇଥାଏ l
  • କିଛି ସମୟ ଚାଲିବ ଜରୁରୀ-
    ଅଧିକ ତୈଳଯୁକ୍ତ ଭୋଜନ କରିବା ପରେ ତୁରନ୍ତ ଗୋଟିଏ ସ୍ଥାନରେ ବସି ନଯାଇ କିମ୍ବା ସୋଇ ନପଡ଼ି କିଛି ସମୟ ଚାଲିବ ଆବଶ୍ୟକ l କିଛି ସମୟ ଚାଲିବ ଦ୍ୱାରା ପାଚନ ସମସ୍ୟା ଠିକ ହେବ ସହିତ ଓଜନ ହ୍ରାସ ମଧ୍ୟ ହୋଇଥାଏ l
  • ପ୍ରବାୟୋଟିକସ ସେବନ –
    ଯଦି ଆପଣ ନିଜର ଦୈନନ୍ଦିନ ଜୀବନ ରେ ପାଚନ ସମସ୍ୟାକୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ପ୍ରବାୟୋଟିକ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଆନ୍ତୁ l ଏହାଦ୍ୱାରା ପାଚନ ସମସ୍ୟା ଠିକ ରହିଥାଏ l ଯେତେବେଳେ ଆପଣ ତୈଳ ଯୁକ୍ତ ଭୋଜନ ଦ୍ୱାରା ପାଚନ ସମସ୍ୟାର ଶିକାର ହେଉଛନ୍ତି ତେବେ ଗୋଟିଏ ଗିନା ଫ୍ରେସ ଦହି ସେବନ କରି ନିଅନ୍ତୁ l ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ l