ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁଖ ସମୃଦ୍ଧି ପାଇବାକୁ ଇଚ୍ଛା କରନ୍ତି I ଏଥିପାଇଁ ସେମାନେ ବହୁ ପରିଶ୍ରମ ପୂଜା ପାଠ ଇତ୍ୟାଦି କରିଥାନ୍ତି I କିନ୍ତୁ ଅନେକ ଥର, ଏସବୁ ସତ୍ତ୍ୱେ ବ୍ୟକି ନିରାଶ ହୋଇଥାନ୍ତି I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଆମେ ଏପରି କିଛି ଜିନିଷ ଜାଣିବା, ଯାହାକି ଦୈନିକ ଲକ୍ଷ୍ମୀଙ୍କୁ ପୂଜା କରିବାବେଳେ ଧ୍ୟାନ ରଖିବା ଜରୁରୀ ଅଟେ I
ପଦ୍ମ ଫୁଲ : ପଦ୍ମଫୁଲ ମା’ ଲକ୍ଷ୍ମୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ I ତେଣୁ ଘରେ ପୂଜା ସମୟରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଏହାପରେ ଏହାକୁ ନେଇ ନିଜ ପର୍ସ ରେ ରଖନ୍ତୁ I ଏହାବ୍ୟତୀତ ପର୍ସ ରେ ଗୋମତି ଚକ୍ରକୁ ମଧ୍ୟ ରଖାଯାଇପାରିବ I ଏମିତି କଲେ ଧାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ଆୟ ବୃଦ୍ଧି ହୋଇଥାଏ I
କର୍ପୁର : ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ସମୟରେ କର୍ପୂର ଲଗାଇବାର ନିୟମ ରହିଛି। ପ୍ରତ୍ୟେକ ଦିନ ଘରେ କର୍ପୂର ଜଳାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ମା’ଲକ୍ଷୀଙ୍କ କୃପା ପ୍ରାପ୍ତି ହୋଇଥାଏ।
ଦାନର ଖୁବ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଓ ଘରେ ଧନର ଅଭାବ ଦୂର ପାଇଁ ନିୟମିତ ଭାବେ ରୁଟି ପ୍ରସ୍ତୁତ କରିବା ପୂର୍ବରୁ ତାୱା ଉପରେ ଅଳ୍ପ କ୍ଷୀର ଛିଟା ପକାନ୍ତୁ। ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ। ପ୍ରତ୍ୟେକ ଗୁରୁବାର ତୁଳସୀଙ୍କ ନିକଟରେ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଅଶ୍ୱସ୍ଥ ଗଛ ର ପୂଜା : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଅଶ୍ୱସ୍ଥ ଗଛରେ ବାସ କରନ୍ତି I ତେଣୁ, ଧାନ ସମ୍ବନ୍ଧୀୟ ସମସ୍ୟା ଦୂର ପାଇଁ ଶନିବାର ଦିନ ଅଶ୍ୱସ୍ଥ ପତ୍ର ଘରକୁ ଆଣନ୍ତୁ I ଏହା ପରେ, ନାରାୟଣ ମନ୍ତ୍ର ସହିତ ପତ୍ରକୁ ଅଭି ମନ୍ତ୍ରୀତ୍ୱ କରି ନିଜ ପର୍ସ ରେ ରଖନ୍ତୁ ଇ ଏଥିରୁ ଅର୍ଥ ସମ୍ବନ୍ଧୀୟ ସମସ୍ୟାରୁ ବ୍ୟକ୍ତି ମୁକ୍ତି ପାଇଥାଏ I
କୌଡୀ : ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ କୌଡୀ ଅତି ପ୍ରିୟ I ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ I ପୌରାଣିକ ବିଶ୍ୱାସ ଅନୁଯାୟୀ, ଦେବୀ ଲକ୍ଷ୍ମୀ ଏବଂକୌଡୀ ସମୁଦ୍ର ମନ୍ଥନରୁ ବାହାରିଥିଲେ I ତେଣୁ ଲକ୍ଷ୍ମୀଙ୍କୁ ପୂଜା ସମୟରେ କୌଡୀ ଅର୍ପଣ କଲେ ମା’ପ୍ରସନ୍ନ ହୋଇ ବରଦାନ ଦେଇଥାନ୍ତି I
ମା’ଙ୍କୁ ପୂଜା କରିବା ପାଇଁ ଦୈନିକ ଘରେ ଏକ ନିର୍ଦିଷ୍ଟ ନିୟମ ରଖନ୍ତୁ I ପୂଜା ସମୟ ରେ ଶୁଚି ହୋଇ ମନରେ କୌଣସି ଗ୍ଲାନି ନ ରଖି ମା’ଙ୍କୁ ଧ୍ୟାନ କଲେ ନିଶ୍ଚିତ ଫଳ ପ୍ରାପ୍ତି ହେବେ I