ଡାଏଟ୍ ଆଣ୍ଡ ଏଜିଙ୍ଗ ସମସ୍ୟା କୁ ଦୂରେଇବା ପାଇଁ ଏହି ୫ ଟି ଜିନିଷ କରନ୍ତୁ ‘ନା’


ସଂସାରରେ ସମସ୍ତଙ୍କୁ ସୁନ୍ଦର ଏବଂ ଯବାନ ଦେଖାଯିବାକୁ ଇଚ୍ଛା ଥାଏ, କିନ୍ତୁ କେତେକ ବଦ ଅଭ୍ୟାସ ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥାଏ I ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ପାନୀୟ ରେ ସନ୍ତୁଳନ ରଖିବା ନିହାତି ଆବଶ୍ୟକ I ଏ ଭଳି କିଛି ଖାଦ୍ୟ ପାନୀୟ ଥାଏ ଯାହା ଆପଣ ଙ୍କ ଚର୍ମ ଉପରେ ବିପରୀତ ପ୍ରଭାବ ପକାଇ ଥାଏ ଫଳରେ ସମୟ ର ଆଗରୁ ଆପଣଙ୍କୁ ବୟସ୍କ ଦେଖାଯାଇଥାଏ I

କେହି ଚାହାଁନ୍ତି ନାହିଁ ଯେ ସେମାନେ ନିଜ ବୟସ ଠାରୁ ଅଧିକ ବୟସ୍କ ଦେଖାଯାନ୍ତୁ ବୋଲି I କିନ୍ତୁ ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ପେୟ ହେତୁ, ଆପଣଙ୍କ ଚେହେରାରେ କୁଞ୍ଚିତ ରେଖା ଆସି ଯାଇଥାଏ I ବିଶେଷଜ୍ଞ ମାନେ ଖରାପ ଚର୍ମ ପଛରେ ଦୁଇଟି କାରଣକୁ ବିଚାର କରନ୍ତି ପ୍ରଥମତ ସୂର୍ଯ୍ୟକିରଣର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଏବଂ ଦ୍ୱିତୀୟରେ ଗ୍ଲାଇକେସନ୍ ପ୍ରୋଡକ୍ଟ ବା ଅଧିକ ପ୍ରୋଟିନ ଜାତୀୟ ଦ୍ରବ୍ୟ I.
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ଖାଦ୍ୟ ପଦାର୍ଥ ଚର୍ମର ଅକାଳ ବୃଦ୍ଧାବସ୍ଥା ସୃଷ୍ଟି କରିଥାଏ, ଯେଉଁ କାରଣରୁ ଚେହେରାରେ କୁଞ୍ଚିତ ରେଖା ଦେଖାଯାଏ I ଆପଣ ଏ ଗୁଡ଼ିକଠାରୁ ଦୂରରେ ରହିଲେ ଭଲ I

ଫ୍ରେଞ୍ଚ ଫଇଜ : ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ କିନ୍ତୁ ସେଥିରେ ପ୍ରଚୁର ଲୁଣ ଏବଂ ତେଲ ମଧ୍ୟ ରହିଥାଏ | ସେଗୁଡିକ ଉଚ୍ଚ ତାପମାତ୍ରାରେ ତିଆରି ଯାହା ଶରୀରରେ ରଡିକଲଶ କୁ ବାହାର କରିନେଇଥାଏ ଇ ଏହି ଫ୍ରି ରେଡିକାଲ୍ ବୃଦ୍ଧାବସ୍ଥା କାରଣ ହୋଇଥାଏ ଇସେହିପରି ଅଧିକ ଲୁଣ ଖାଇବା କାରଣରୁ ଡିହାଇଡ୍ରେସନ୍ ଆରମ୍ଭ ହୁଏ Iଏହି କାରଣରୁ, ଚର୍ମ ଢିଲା ହୋଇଥାଏ ଏବଂ ରିଙ୍କିଲ ବା କୁଞ୍ଚିତ ରେଖା ଜଲ୍ଦି ଆସିଥାଏ ଇ ଆପଣଙ୍କୁ ଯଦି ଆଳୁ ଅଧିକ ପସନ୍ଦ ଆସିଥାଏ ଏହା ବଦଳରେ ଆପଣ କନ୍ଦମୂଳ କୁ ଖାଇ ପାରିବେ I

ଚିନି– ଚର୍ମ ରେ ବ୍ରଣ ସମସ୍ୟା ପାଇଁ ଚିନି ହେଉଛି ସବୁଠାରୁ ବଡ କାରଣ I ଚିନି ଗ୍ଲାଇକେସନ୍ ସୃଷ୍ଟି କରେ ଯାହା କୋଲାଜେନ୍ କୁ ନଷ୍ଟ କରିଥାଏ ଇ ଯେତେବେଳେ ଶରୀରରେ ଅଧିକ ସୁଗାର ର ମାତ୍ର ବଢି ଯାଏ ତେବେ ଆପଣଙ୍କ ଚର୍ମରେ କୁଞ୍ଚିତ ରେଖା ସୃଷ୍ଟି ହୋଇଥାଏ ଇ ଯଦି ଆପଣଙ୍କୁ ମିଠା ଖାଇବା ବହୁତ ପସନ୍ଦ ଆପଣ କୌଣସି ମିଠା ଫଳ ,ଯେମିତି କମଳା ,ଅଙ୍ଗୁର ,ସେଓ ଆଦି କହି ପାରିବେ ଏହା ମିଠା ସହିତ ସ୍ୱାସ୍ଥ୍ୟ ଉପରେ ଭଲ ପରାଭବ ପକାଇଥାଏ I

ସୋଡା ଏବଂ କଫି– ସୋଡା ଏବଂ କଫିରେ ଅତ୍ୟଧିକ କଫିନ୍ ମିଳିଥାଏ I ଏହି କାରଣରୁ, ନିରେ ବ୍ୟାଘାତ ସୃଷ୍ଟି ହୋଇଥାଏ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରାହୀନତା ବା କମ ଶୋଇବା .ମଧ୍ୟ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇ ଥାଏ I ସଠିକ୍ ଭାବରେ ନିଦ୍ରା ନ ହେବ ଦ୍ୱାରା ଆଖି ତଳେ କଳା ପଡିବା ସହିତ ଏବଂ କପାଳରେ କୁଞ୍ଚିତ ରେଖା ମଧ୍ୟ ଆସିଥାଏ I

ମଦ୍ୟପାନ– ମଦ୍ୟପାନ ତ୍ୱଚା ଉପରେ ସିଧା ସଳଖ ପ୍ରଭାବ ପକାଇ ଥାଏ I ଏହା ଦ୍ୱାରା ଶରୀର ରଙ୍ଗ କିଛି ମାତ୍ରାରେ ଲାଲ ହେବା ସହିତ ସାମାନ୍ୟ ଫୁଲି ଯାଇଥାଏ , ମଦ୍ୟ ପାନ ଶରୀରରେ ଭିଟାମିନ’ ଏ ‘ କୁ ନଷ୍ଟ କରିଦେଇଥାଏ ଏବଂ ତ୍ୱଚା ରେ କୁଞ୍ଚିତ ରେଖା ସହିତ ଡିହାଇଡ୍ରେସନ ସମସ୍ୟା ସ୍ତୃଷ୍ଟି କରିଥାଏ ଇ ତେଣୁ ଖାଦ୍ୟରେ ଭିଟାମିନ ଏ କୁ ପର୍ଯ୍ୟାପ୍ତ ପରିମାଣ ରେ ସାମିଲ କରନ୍ତୁ ଇ ପ୍ରଚୁର ପାଣି ପିଅନ୍ତୁ I

ଡ଼ିପ ଫ୍ରାଏ ଫୁଡ – ମକା କିମ୍ବା ସୂର୍ଯ୍ୟମୁଖୀ ତେଲ ପରି କେତେକ ପଲିସେଚୁରେଟେଡ୍ ତେଲରେ ଓମେଗା -୬ ଫ୍ୟାଟି ଏସିଡ୍ ଅଧିକ ଥାଏ ଆପଣ ଅତିରିକ୍ତ ଛଣା ଖାଦ୍ୟ କିମ୍ବା ପୋଡା ତେଲ ରେ ଛଣା ଯାଇଥିବା ଖାଦ୍ୟରୁ ଦୁରେଇ ରୁହନ୍ତୁ ଇ ଏହା ଆପଣଂକ ତ୍ୱଚା ଉପରେ ପ୍ରଭାବ ପକାଇଥାଏ I

Comments (0)
Add Comment