ଘରର ପଢା ଟେବୁଲ ହେଉ କିମ୍ବା ଘରେ ରହି ଯଦି କୌଣସି ଅଫିସ କାମ କରୁଥାନ୍ତି, ପ୍ରଥମେ ଆପଣ ନିଜ ଟେବୁଲ କୁ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ପରିସ୍କାର ପରିସଛାନ ରଖନ୍ତୁ ତା ସହିତ ଟେବୁଲ ଉପରେ ଏଣୁ ତେଣୁ ଏ ଦରକାରୀ ଜିନିଷ ଗଦା କରନ୍ତୁ ନାହିଁ Iକିନ୍ତୁ ବେଳେବେଳେ ସଫଳତା ପାଇବା ପାଇଁ କରାଯାଇଥିବା କଠିନ ପରିଶ୍ରମ ମଧ୍ୟ କାମକରେ ନାହିଁ I ଏହା ପଛରେ ଥିବା ବାସ୍ତୁ ତ୍ରୁଟି କୁ ଆସନ୍ତୁ ଜାଣିବା :
ଏହି ସବୁ ଜିନିଷ ଟେବୁଲ ଉପରେ ରଖନ୍ତୁ ନାହିଁ
ପଢା ଟେବୁଲରେ କଦାପି ଦର୍ପଣ ରଖନ୍ତୁ ନାହିଁ, ଏହା ସହିତ କାଚ ଜିନିଷ ମଧ୍ୟ ରଖନ୍ତୁ ନାହିଁ I
ଇଲେକ୍ଟ୍ରୋନିକ୍ ଜିନିଷଗୁଡିକ ଟେବୁଲ ଉପରେ ରଖନ୍ତୁ ନାହିଁ I
ଛୁଞ୍ଚି କିମ୍ବା ଛୁରୀ ପରି ତୀକ୍ଷ୍ଣ ଜିନିଷ ଟେବୁଲ ଠାରୁ ଦୂରେଇ ରଖନ୍ତୁ I ଏହା ଏକାଗ୍ରତା ଆଣିବାରେ ବାଧା ଦେଇଥାଏ I ଯଦିଓ ଦରକାର ହେଉଥାଏ ସେଗୁଡିକୁ ପାଖ ଡ୍ରୟରରେ ରଖନ୍ତୁ , ଯାହାକି ଯେମିତି ନଜର କୁ ଆସୁ ନ ଥିବ I
ଖବରକାଗଜ ଜଙ୍କ କିମ୍ବା ପୁରୁଣା ଡାଏରୀ, ଏଣୁତେଣୁ କାଗଜପତ୍ର, ଲିଫଲେଟ୍ ଇତ୍ୟାଦି ଦୂର ରେ ରଖନ୍ତୁ , ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ I
ଟେବୁଲରେ କଣ୍ଟା ଜାତୀୟ ଗଛ ( ସୋ ପ୍ଲାଣ୍ଟ) ଭୁଲ ରେ ମଧ୍ୟ ଲଗାନ୍ତୁ ନାହିଁ I ମାନସିକ ସ୍ଥିତି ଏବଂ ସୃଜନଶୀଳତା ଉପରେ ଖରାପ ପ୍ରଭାବ ପକାଇଥାଏ I
ଆଣ୍ଟିକ ପ୍ରତିମୂର୍ତ୍ତି କିମ୍ବା ଅନେକ ଗୁଡିଏ ମୂର୍ତ୍ତି ରଖନ୍ତୁ ନାହିଁ ଇ ସେହିପରି କାମ କରିବା ସମୟରେ ଟେବୁଲରେ ଚା-କଫି ପ୍ଲେଟ ରଖନ୍ତୁ ନାହିଁ I ସେଗୁଡ଼ିକୁ ଯଥାଶୀଘ୍ର ହଟIନ୍ତୁ I