କଲରା ଖାଇବା ପରେ କେଉଁ ଖାଦ୍ୟ ଖାଇବା ଅନୁଚିତ୍‌

କଲରା ସ୍ୱାଦରେ ପିତା ହୋଇଥିଲେ ହେଁ, ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ । ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ ନୁହେଁ । କଲରାରେ ଆଣ୍ଟି-ବ୍ୟାକ୍‌ଟେରିୟଲ ସହ ଅନ୍ୟାନ୍ୟ ବହୁ ପୋଷକ ତ‰ ଗୁଣ ରହିିଛି । ସ୍ୱାଦ ପିତା ହେଲେ ମଧ୍ୟ ଏହା ରକ୍ତକୁ ପରିଷ୍କାର କରିଥାଏ । ଶରୀରକୁ ସୁସ୍ଥ ରଖିଥାଏ । ସପ୍ତାହକୁ ଥରେ ଏହାକୁ ନିତାନ୍ତ ସେବନ କରିବା ଉଚିତ୍‌ । ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ କଲରା । ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ହେବା ସହ ଏପରି କିଛି ଖାଦ୍ୟ ରହିଛି, ଯାହାକୁ କଲରା ଖାଇବା ପରେ ସେବନ କରିବା ଉଚିତ୍‌ ନୁହେଁ.. ।

କ୍ଷୀର – କଲରା ଖାଇବା ପରେ ଆଦୌ କ୍ଷୀର ପିଇବା ଉଚିତ୍‌ ନୁହେଁ । ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । କଲରା ଖାଇବା ପରେ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ଜଳାପୋଡା, ଗ୍ୟାସ୍‌ ହୋଇଥାଏ । ଏହାଛଡ଼ା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇନଥାଏ ।

Fresh vegetable for healthy eating

ମୂଳା-କଲରା ଖାଇବା ପରେ ମୂଳା ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଏସିଡିଟି ହୋଇଥାଏ । କଫ ସମସ୍ୟା ବୃଦ୍ଧି ପାଏ । ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ।

ଦହି – କଲରା ତରକାରୀ କିମ୍ବା ଭଜା ଖାଇବା ପରେ ଦହି ଖାଇଲେ, ତ୍ୱଚା ଜନିତ ସମସ୍ୟା ହୋଇଥାଏ ।ଚର୍ମ ରୋଗ ମଧ୍ୟ ହୋଇଥାଏ । ଦେହ କୁଣ୍ଡାଇ ହେବା ସହିତ ଚର୍ମରେ ନାଲି ଦାଗ ସୃଷ୍ଟି ହୁଏ । ଏହା ବ୍ୟତିତ କାଶ ମଧ୍ୟ ହୁଏ ।

ଭେଣ୍ଡି – କଲରା ଖାଇବା ପରେ ଭେଣ୍ଡି ଖାଇବା ଉଚିତ ନୁହେଁ । ଏହା ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ପାଚକ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ।

curd with bitter gourddo not consume these things after eating bitter gourdFoods To Avoid After Having Bitter GaudRaddish