ଫାଲ୍ଗୁନ୍ ମାସରେ କରନ୍ତୁ ଏହି ସବୁ ସ୍ୱତନ୍ତ୍ର ଉପାୟ

ଆଜିଠାରୁ ଫାଲ୍ଗୁନ ମାସ ଆରମ୍ଭ ହୋଇଯାଇଛି I ସାଧାରଣତଃ ଏହି ମାସ ଟିକୁ ଆନନ୍ଦ ଉଲ୍ଲାସ ର ମାସ ବୋଲି କୁହI ଯାଇଥାଏ I ଆର୍ଥିକ ପରିସ୍ଥିତି ରେ ସୁଧାର ଆଣିବା ପାଇଁ ଏହି ମାସ ଟି ବହୁତ ଖାସ ହୋଇଥାଏ I ଆସନ୍ତୁ ଜାଣିବା ଏହି ମାସ ରେ କଣ ସବୁ କରିବା ଉଚ୍ଚିତ :

ଫାଲଗୁନ୍ ମାସରେ ଏପରି କରନ୍ତୁ :
ଫାଲଗୁନ୍ ମାସରେ ଶୀତ ସରି ସରି ଯାଇ ଧୀରେ ଧୀରେ ମଳୟ ପବନ ବୋହି ବସନ୍ତ ଋତୁ ର ଆଗମନକୁ ସ୍ୱାଗତ ଜଣାଇଥାଏ I ଶୀତ ସରି ଯାଇଥିବାରୁ ଗାଧୋଇବା ସମୟରେ ଗରମ ପାଣି ବ୍ୟବହାର ନ କରି ଥଣ୍ଡା ପାଣି ର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ I ଖାଦ୍ୟରେ ଶସ୍ୟ ଜାତୀୟ ଜିନିଷ କୁ କାମ ବ୍ୟବହାର କରି ପ୍ରଚୁର ଫଳ ତାସାହିତ ଖଟା ଫଳ ଅଧିକ ଖାଆନ୍ତୁ I ଏହି ସମୟରରେ ଋତୁ ପରିବର୍ତ୍ତନ ଜନିତ ହେଉଥିବା ରୋଗ ରୁ ରକ୍ଷା କରିବ I ଏହି ମାସରେ ପୋଷାକ ସୁନ୍ଦର ଓ ରଙ୍ଗୀନ ପିନ୍ଧନ୍ତୁ I ଏହା ବ୍ୟତୀତ ଶ୍ରୀକୃଷ୍ଣଙ୍କ ପୂଜା ରେ ଅନେକ ପ୍ରକାର ରଙ୍ଗୀନ ଫୁଲ ବ୍ୟବହାର କରନ୍ତୁ I ଏହା ସହିତ ଏହି ମାସରେ ମାଂସ-ମାଛ ଯେତେ କମ ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ପ୍ରଭାବ ପଡିଥାଏ I

ଫାଲ୍ଗୁନ୍ ମାସ ରେ ସ୍ୱତନ୍ତ୍ର ପ୍ରତିକାର
ଯଦି ଆପଣଙ୍କୁ ଛୋଟ ଛୋଟ କଥାରେ କ୍ରୋଧ ,ଚିଡିଚିଡା,ବିରକ୍ତି ଆସୁଥାଏ , ତେବେ ଭଗବାନ କୃଷ୍ଣଙ୍କୁ ପୂରା ମାସ ପୂଜା କରନ୍ତୁ ଏବଂ ତାଙ୍କୁ ଲାଲ ଗୁଲାଲ ଅର୍ପଣ କରନ୍ତୁ I ଆହୁରି ମଧ୍ୟ, ଯଦି ଉଦାସୀନତା (ଡିପ୍ରେସନ)ର ସମସ୍ୟା ଥାଏ, ତେବେ ଚନ୍ଦନ କୁ ପାଣିରେ ମିଶାଇ ସ୍ନାନ କରନ୍ତୁ I ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲେ ମାସସାରା ଭଗବାନ ଶିବଙ୍କୁ ଶ୍ୱେତ ଚନ୍ଦନ ର ଟୀକା ଲଗାନ୍ତୁ I ଆର୍ଥିକ ସମସ୍ୟା ପାଇଁ ମାସ ସାରା ଦେବୀ ଲକ୍ଷ୍ମୀଙ୍କୁ ଗୋଲାପ କିମ୍ବା ସୁଗନ୍ଧିତ ଅତର ଅର୍ପଣ କରନ୍ତୁ I

ଶ୍ରୀକୃଷ୍ଣଙ୍କର ଏହି ୩ ସ୍ୱରୂପ କୁ ଉପାସନା କରନ୍ତୁ
ଫାଲଗୁନ୍ ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ବିଶେଷ ଫଳପ୍ରଦ ହୋଇଥାଏ I ଏହି ମାସରେ ଭଗବାନ କୃଷ୍ଣଙ୍କ ବାଲ ଗୋପାଳ, ବଂଶୀ ଧାରୀ ଏବଂ ବିଶ୍ଵରୂପ ଦର୍ଶନ ଭଳି ତିନୋଟି ରୂପ କୁ ପୂଜା କଲେ ବିଶେଷ ଫଳ ପ୍ରଦ ହୋଇଥାଏ I ସନ୍ତାନ ପ୍ରାପ୍ତି ପାଇଁ ଏହି ମାସରେ ଶ୍ରୀକୃଷ୍ଣଙ୍କର ବାଲ ଗୋପାଳ ରୁପକୁ ପୂଜା କରନ୍ତୁ I ସେହିପରି ପାରିବାରିକ ସମ୍ପର୍କରେ ସ୍ନେହ ପ୍ରେମ ଅତୁଟ ରହିବI ପାଇଁ କୃଷ୍ଣ ଙ୍କର ବାଙ୍କ ଚୁଳିଆ ତ୍ରିଭଙ୍ଗି ଠାଣିରେ ବଂଶୀ ବଜାଉଥିବା ରୂପ କୁ ଉପାସନା କରନ୍ତୁ I ଏହା ଛଡ଼ା ଜ୍ଞାନ ଏବଂ ଭକ୍ତି ଭାବ ପାଇଁ କୃଷ୍ଣଙ୍କ ଗୁରୁ ରୂପ ଅର୍ଥାତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ଙ୍କୁ ଗୀତIଜ୍ଞାନ ବୁଝାଉଥିବା କିମ୍ବା ବିଶ୍ଵରୂପ ଦର୍ଶନ କରାଉଥିବା ରୂପ କୁ ଉପାସନା କରନ୍ତୁ I ମାନସିକ ଶାନ୍ତି ମିଳିବI ସହିତ ଆଧ୍ୟାତ୍ମିକ ଜ୍ଞାନ ବଢି ଥାଏ I