ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ ୨୦୨୩ ଶନିବାର ଦିନ ପାଳନ କରାଯିବ। ଶନିବାର ଦିନ ମହାଶିବରାତ୍ରୀ ପଡୁଥିବାରୁ ଶନି ଏବଂ ଶିବଙ୍କର ଏକ ବିରଳ ସଂଯୋଗ ଗଠନ ହେଉଛି I ଏହି ବିଶେଷ ଯୋଗରେ କିଛି ଦାନ କଲେ ଦେବ ଦେବ ମହା ଦେବଙ୍କ ସହିତ ଶନି ଦେବଙ୍କର ମଧ୍ୟ ଆଶୀର୍ବାଦ ମିଳିବ I ଆସନ୍ତୁ ଜାଣିବା ମହାଶିବରାତ୍ରୀରେ କଣ ସବୁ ଦାନ କରିବେ :
ଗୋମାତା : ଶିବରାତ୍ରି ଦିନ ଯେ କୌଣସି ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ I ଗାଈକୁ ହିନ୍ଦୁ ଧର୍ମରେ ମାତାର ମାନ୍ୟତା ଦିଆଯାଇଛି। ତେଣୁ ମହାଶିବରାତ୍ରୀ ଦିନ ଗାଈକୁ ରୁଟି ଖାଇବାକୁ ଦେଲେ ଘରେ ସୁଖ ସମୃଦ୍ଧି ବଢିଥାଏ Iଏବଂ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇ ଆର୍ଥିକ ଅଗ୍ରଗତି ହୁଏ I
କ୍ଷୀର: ମହାଶିବରାତ୍ରୀ ଦିନ କ୍ଷୀର ଏବଂ କ୍ଷୀରରୁ ତିଆରି କୌଣସି ଦ୍ରବ୍ୟକୁ ଛୋଟପିଲା କିମ୍ବା କ୍ଷୁଧାର୍ତ୍ତଙ୍କୁ ଦାନ କଲେ ଭୋଲେନାଥଙ୍କ ଆଶୀର୍ବାଦମିଳିବ I କାରଣ ଭଗବାନ ଶିବଙ୍କର ପ୍ରାୟ ହେଉଛି କ୍ଷୀର I ଏହା ସହିତ ଭଗବାନ ଶିବ ଚନ୍ଦ୍ରମାଙ୍କୁ ମସ୍ତକରେ ଧାରଣ କରନ୍ତି I କ୍ଷୀର ଓ ଚନ୍ଦ୍ରମା ଙ୍କର ଗୁଣ ହେଉଛି ଶୀତଳତା ପ୍ରଦାନ I ତେଣୁ ଆପଣ ଯଦି ଆର୍ଥିକ ପରିସ୍ଥିତିକୁ ନେଇ ସବୁବେଳେ ଚିନ୍ତିତ ରହୁଥାନ୍ତି ଏହିଦିନ ମନ୍ଦିରରେ କ୍ଷୀର ଦାନ କରନ୍ତୁ ଏବଂ ପିଲାମାନଙ୍କୁ କ୍ଷୀରରୁ ପ୍ରସ୍ତୁତ ମିଠା ଦ୍ରବ୍ୟ ତିଆରି କରି ଖୁଆନ୍ତୁ ଇ ଏପରି କଲେ ଆପଣଙ୍କ ସୁଖ ସମୃଦ୍ଧି ବଢିବା ସହିତ ମାନସିକ ଦୁଶ୍ଚିନ୍ତା ଦୂର ହେବ I
ଚିନି : ମହାଶିବରାତ୍ରୀ ଦିନ ଚିନି କିମ୍ବା ଚିନି ପ୍ରସ୍ତୁତ ଦ୍ରବ୍ୟ ଦାନ କରନ୍ତୁ I ଅଭାବୀ ଲୋକଙ୍କୁ ଚାଉଳ, ଚିନି, କ୍ଷୀର କିମ୍ବା ଖିରି ଦାନ କରନ୍ତୁ I ଏହା କରିବା ଦ୍ୱାରା ଜୀବନରେ ଦ୍ରୁତ ସଫଳତା ମିଳିଥାଏ I
କଳା ରାଶି : ମହାଶିବରାତ୍ରୀ ଦିନ କଳା ରାଶି ଦାନ କରନ୍ତୁ I କଳା ରାଶି ଶନି ଦେବଙ୍କ ସହ ଜଡିତ I ମହାଶିବରାତ୍ରୀଙ୍କ ଦିନ ଶିବଲିଙ୍ଗ ଉପରେ କଳା ରାଶି ଅର୍ପଣ କରନ୍ତୁ I ଏହା ସହିତ, ରାଶି ତେଲ ଦାନ କଲେ ଶନିଦୋଷ କଟିଥାଏ ଏବଂ ଶନିଙ୍କ କୃପାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ I
କମ୍ବଳ : ମହାଶିବରାତ୍ରୀଙ୍କ ଦିନ କଳା କମ୍ବଳ ଦାନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ I ନିଜ ସାଧ୍ୟ ମୁତାବକ ଏହି ଦିନ ଗରିବ ଲୋକଙ୍କୁ କଳା ପୋଷାକ ଓ କଳା କମ୍ବଳ ବା ଛତା ଦାନ କରନ୍ତୁ I ଏହା ସହିତ ଯେ କୌଣସି ଖାଦ୍ୟ ଶସ୍ୟ ମଧ୍ୟ ଦାନ କରି ପାରିବେ I