ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ କୋଟିପତି ସରକାରୀ ବାବୁ I ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ I କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ମାଲକାନଗିରିରେ ଥିବା ଅଫିସ, ନବରଙ୍ଗପୁରରେ ଥିବା ଘର ଓ ବିଶାଖାପାଟଣା ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏମ୍ ଆନନ୍ଦ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ୬ମାସ ହେବ ଯୋଗ ଦେଇଥିଲେ। ସେ ପୂର୍ବରୁ ନବରଙ୍ଗପୁରରେ ଚାକିରି କରିଥିଲେ। ପୂର୍ବରୁ ତାଙ୍କ ନାଁ ରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ତଦନ୍ତ କରି ତାଙ୍କ ଘରେ ଆଜି ସକାଳେ ଚଢ଼ାଉ ଜାରି ରଖିଥିବାବେଳେ ,ଏପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରି ନାହିଁ I