ଜୟପୁରରେ ଡିଜେଲ ସଙ୍କଟ; ଗାଡ଼ି ଚଳାଚଳ ବାଧାପ୍ରାପ୍ତ, ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ବର: ଜୟପୁର ସହରରେ ତୈଳ ସଙ୍କଟ ଏବେ ଉଗ୍ର ରୂପ ଧାରଣ କରିଛି। ଡିଜେଲର ଘୋର ଅଭାବ ଯୋଗୁଁ ସହରରେ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମିଳୁନଥିବାରୁ ଅଧିକାଂଶ ପରିବହନ ସେବା ଠପ୍ ହୋଇଯାଇଥିବା ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସହରର ଅଧିକାଂଶ ପେଟ୍ରୋଲ ପମ୍ପ ଏବେ ଶୂନ୍ୟ ପଡ଼ିଥିବା ବେଳେ ଯେଉଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତେଲ ମିଳୁଛି, ସେଠାରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ତେଲ ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ପମ୍ପ କର୍ମଚାରୀଙ୍କ କହିବା ଅନୁସାରେ, ଚାହିଦା ତୁଳନାରେ ଯୋଗାଣ ବହୁତ କମ୍ ଥିବାରୁ ସମସ୍ତଙ୍କୁ ଅଳ୍ପ ଅଳ୍ପ କରି ତେଲ ଦିଆଯାଉଛି। ଏହାକୁ ନେଇ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଉଛି।

Diesel crisis in Jaipur; Traffic disrupted